Tuesday, May 26, 2026
40.9 C
Odisha

    ଦ୍ବାଦଶ ଶ୍ରେଣୀ ଛାତ୍ରକୁ ତୃତୀୟ ବିବାହ କଲେ ୩ ସନ୍ତାନର ମା’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରେମ ଅନ୍ଧ ବୋଲିକୁହା ଯାଏ, ତାହାର ଏକ ପ୍ରମାଣ ଦେଖିବାକୁ ମିଳିଛି! ତିନିଟି ସନ୍ତାନର ମା’ ହୋଇଥିବା ଜଣେ ମହିଳା ଦ୍ବିତୀୟ ସ୍ବାମୀଙ୍କୁ ଛାଡପତ୍ର ଦେବା ପରେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କୁ ତୃତୀୟ ବିବାହ କରିଛନ୍ତି। ଉତ୍ତରପ୍ରଦେଶ ଅମରୋହ ଜିଲାର ସବନମ୍ (୩୦) ନିଜର ଧର୍ମ ପରିବର୍ତ୍ତନ କରିବା ପୂର୍ବକ ତୃତୀୟ ବିବାହ କରିଛନ୍ତି। ହସନପୁର ପୁଲିସ ସର୍କଲ ଅଧିକାରୀ ଦୀପ୍‌ କୁମାର ପନ୍ତ୍‌ଙ୍କ କହିବା ଅନୁଯାୟୀ ସବନମ୍ ହିନ୍ଦୁ ଧର୍ମ ଗ୍ରହଣ କରିବା ସହିତ ଏକ ମନ୍ଦିରରେ ବିବାହ କରିଛନ୍ତି। ଧର୍ମ ପରିବର୍ତ୍ତନ ପରେ ସବନମ୍ ନିଜକୁ ଶିବାନୀ ନାମରେ ପରିଚିତ କରାଇଛନ୍ତି। ସବନମ୍ ପୂର୍ବରୁ ଦୁଇଥର ବିବାହ କରିଥିଲେ। ଉତ୍ତରପ୍ରଦେଶ ଧର୍ମାନ୍ତରୀକରଣ ନିରୋଧ ଆଇନ ୨୦୨୧ ଅନୁଯାୟୀ ପୁଲିସ ଏହି ବିବାହର ସବିଶେଷ ପ୍ରସଙ୍ଗକୁ ଅନୁଧ୍ୟାନ କରୁଛି। ତେବେ ଏହାକୁ ନେଇ କୌଣସି ପ୍ରକାର ଅଭିଯୋଗ ହୋଇ ନାହିଁ। ସବ୍‌ନମ ପ୍ରଥମେ ମିରଟ୍‌ରେ ବିବାହ କରିଥିଲେ। ସେଠାରୁ ଛାଡପତ୍ର ପରେ ସାଇଦନୱାଲିର ତୌଫିକ୍‌ଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଦୁର୍ଘଟଣାରେ ତୌଫିକ୍ ଅକର୍ମଣ୍ୟ ହୋଇପଡିଥିଲେ। ପରେ ସେ ଦ୍ବାଦଶ ଶ୍ରେଣୀ ଛାତ୍ରର ପ୍ରେମରେ ପଡିଥିଲେ। ଛାତ୍ରର ପିତା ଦତ୍ତାରାମ ସିଂହ ପୁଅର ବିବାହକୁ ସମର୍ଥନ କରିବା ସହିତ ଉଭୟ ଖୁସିରେ ରହିବା କାମନା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.9 ° C
    40.9 °
    40.9 °
    16 %
    3.8kmh
    43 %
    Tue
    36 °
    Wed
    45 °
    Thu
    46 °
    Fri
    45 °
    Sat
    42 °

    ସମ୍ବନ୍ଧିତ