Thursday, September 10, 2026
24.5 C
Odisha

    ନଗଦ ୧୫ ଲକ୍ଷ ଟଙ୍କା ସହ ଧରା ପଡ଼ିଲେ ଆତିଶୀଙ୍କ ପିଏ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବୁଧବାର ଦିଲ୍ଲୀରେ ଭୋଟଗ୍ରହଣ ହେବାର କାର୍ଯ୍ୟକ୍ରମ ରହିଛି। ସେପଟେ ନୂଆଦିଲ୍ଲୀର ଗିରିଖଣ୍ଡ ନଗରରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ପିଏ ପଙ୍କଜ ୧୫ ଲକ୍ଷ ଟଙ୍କା ସହ ଧରାପଡ଼ିଛନ୍ତି।

    ଅନ୍ୟପକ୍ଷରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ହରିୟାଣା ସରକାର ଯମୁନା ଜଳକୁ ବିଷ ଦେଇ ଦୂଷିତ କରୁଛନ୍ତି ବୋଲି କେଜ୍ରିୱାଲ ଅଭିଯୋଗ କରିଥିଲେ। ଏହି ମାମଲାରେ ଶାହାବାଦନିବାସୀ ଜଗମୋହନ ମନଚନ୍ଦାଙ୍କ ଅଭିଯୋଗକୁ ଭିତ୍ତି କରି କେଜ୍ରିୱାଲଙ୍କ ବିରୋଧରେ ବିଏନଏସର ଧାରା ୧୯୨, ୧୯୬(୧), ୧୯୭(୧), ୨୪୮(ଏ) ଏବଂ ୨୯୯ ଅନୁଯାୟୀ ଏଫଆଇଆର ରୁଜୁ କରାଯାଇଛି।

    ଜଗମୋହନ ମନଚନ୍ଦା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ବୟାନ ଦ୍ୱାରା ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଉତ୍ତେଜିତ କରିଛନ୍ତି। ସେ ମଧ୍ୟ ଦୁଇ ରାଜ୍ୟର ଲୋକଙ୍କୁ ଉତ୍ତେଜିତ କରିଛନ୍ତି। କେଜ୍ରିଓ୍ଵାଲ କହିଛନ୍ତି ଯେ ଦିଲ୍ଲୀବାସୀ ହରିୟାଣା ଏବଂ ଉତ୍ତରପ୍ରଦେଶରୁ ପାନୀୟ ଜଳ ପାଆନ୍ତି। ଯମୁନା ଦେଇ ହରିୟାଣାରୁ ପାନୀୟ ଜଳ ଆସିଥାଏ। ହରିୟାଣାର ବିଜେପି ସରକାର ଯମୁନାରୁ ଦିଲ୍ଲୀକୁ ଆସୁଥିବା ପାଣିକୁ ବିଷାକ୍ତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    93 %
    1.4kmh
    100 %
    Thu
    26 °
    Fri
    26 °
    Sat
    29 °
    Sun
    27 °
    Mon
    30 °

    ସମ୍ବନ୍ଧିତ