Friday, April 17, 2026
26.4 C
Odisha

    ନଦୀ ଟାପୁରେ ଫସି ରହିଥିବା ୫ ଉଦ୍ଧାର

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼ :ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ତପକରା ଥାନା କତେଇବେରା ନିକଟ ଇବ୍ ଏବଂ ସାନ ନଦୀ ମଝି କପଟଦ୍ୱାର ଟାପୁରେ ତିନିଦିନ ତଳୁ ଫସି ରହିଥିବା ୫ ଜଣଙ୍କ ସମେତ ଛେଳି ପଲକୁ ଶନିବାର ଉଦ୍ଧାର କରାଯାଇଛି । ଏସ୍‌ଡିଆରଏଫ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । ତିନି ଦିନ ତଳେ ଜଣେ ମହିଳାଙ୍କ ସମେତ ୩ଜଣ ଛେଳି ଚରାଳି ଉକ୍ତ ଟାପୁକୁ ଛେଳି ଚରାଇବାକୁ ଯାଇଥିଲେ । ତେବେ ନଦୀରେ ହଠାତ ବନ୍ୟା ଯୋଗୁଁ ସମାନେ ଛେଳି ନେଇ ଆସି ପାରି ନ ଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ଯାଇ ଆହୁରି ଦୁଇ ଜଣ ଗ୍ରାମବାସୀ ମଧ୍ୟ ଫସି ରହିଥିଲେ । ଆଜି ଇ୍‌ବ ନଦୀର ଉପରମୁଣ୍ଡ ହାଇଡ୍ରୋ ପାୱାର ପ୍ରଜେକ୍ଟର ସମସ୍ତ ଗେଟ ବନ୍ଦ କରାଗଲା ପରେ ନଦୀରେ ପାଣି କମିଥିଲା । ଏହାପରେ ଏସ୍‌ଡିଆରଏଫ୍ ଦଳ ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    56 %
    0.9kmh
    0 %
    Fri
    42 °
    Sat
    43 °
    Sun
    43 °
    Mon
    44 °
    Tue
    42 °

    ସମ୍ବନ୍ଧିତ