Thursday, April 16, 2026
29.1 C
Odisha

    ନବବର୍ଷର ପ୍ରଥମ ଦିନର ବ୍ରହ୍ମ ମୁହୁର୍ତରେ କରନ୍ତୁ ଏହି ଦିବ୍ୟ ମନ୍ତ୍ର ପାଠ

    ଆଗକୁ ପଢନ୍ତୁ

    ୨୦୨୪ ର ଆଜି ଶେଷ ଦିନ ଆମେ ସମସ୍ତେ ଅପେକ୍ଷା କରିଛୁ, ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି କିଛିନା କିଛି ପ୍ରସ୍ତୁତି କରୁଛନ୍ତି, ତେଣୁ ଇଂରାଜୀ ନବବର୍ଷର ପ୍ରଥମ ଦିନରେ ବ୍ରହ୍ମମୁହୂର୍ତ୍ତରେ ଉଠି ଏଭଳି କିଛି କାମ କରନ୍ତୁ, ଯାହାକି ବର୍ଷସାରା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ ଏବଂ ଆପଣଙ୍କ ଜୀବନ ସୁଖମୟ ହେବ।

    – ପଞ୍ଚାଙ୍ଗ ଅନୁସାରେ ବର୍ଷର ପ୍ରଥମ ଦିନ ଜାନୁଆରୀ ୧ତାରିଖ ୨୦୨୫, ବୁଧବାର ଦିନ ବ୍ରହ୍ମ ମୁହୂର୍ତ ସମୟରେ ସକାଳ ୫ ଟା ୨୫ ରୁ ନେଇ ୬ଟା ୧୯ ମିନିଟ ପର୍ଯ୍ୟନ୍ତ ଅତି ଶୁଭ ମୁହୂର୍ତ ରହିଛି, ଯାହାକି ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ କିଛିନା କିଛି ଭଲ ସମୟ ଆଣିବ ଏବଂ ଜୀବନରେ ସଫଳତା ଦେବ।ବର୍ଷର ପ୍ରଥମ ଦିନ ବ୍ରହ୍ମ ମୁହୂର୍ତ୍ତ ରେ ଉଠି ସ୍ନାନ କରନ୍ତୁ ଏବଂ ମନ୍ଦିର ଯାଇ ଭଗବାନଙ୍କୁ ଦୀପଟିଏ ଦେଇ ନିଜ ଆରାଧ୍ୟ ଦେବତାଙ୍କୁ ପ୍ରଣାମ କରି ନିଜ ମନର ଅଭିଳାଷ ପ୍ରକାଶ କରନ୍ତୁ।ତାପରେ ହାତରେ କିଛି ଜଳ ନେଇ ଈଶ୍ୱରଙ୍କ ନାମରେ ସମର୍ପଣ କରନ୍ତୁ।

    ବ୍ରହ୍ମ ମୁହୂର୍ତ୍ତ ରେ ଏହିସବୁ ମନ୍ତ୍ରକୁ ପାଠ କରନ୍ତୁ ଜୀବନର ସମସ୍ତ ଅସୁବିଧା ଦୂର ହୋଇଯିବ। ବ୍ରହ୍ମା ମୁରାରୀ ତ୍ରିପୁରାତକାରୀ ଭାନୁ ଶସୀ ଭୂମି ସୁତୋ ବୁଧସ୍ୱ, ଗୁରୁସ୍ଛ ଶୁକ୍ର ଶନି ରହୁ କେତବ ସର୍ବ ଗ୍ରହ ଶାନ୍ତି କରା ଭବନ୍ତୁ।
    ଏଥି ସହିତ ଏହିଦିନ ଗାୟତ୍ରୀ ମନ୍ତ୍ର , ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ, ଏଭଳି କରିବା ଦ୍ୱାରା ଭଗବାନଙ୍କ କୃପା ପ୍ରାପ୍ତି ବର୍ଷ ସାରା ହୋଇଥାଏ ଏବଂ ଆପଣଙ୍କ ପରିବାର ଖୁସିରେ ରହି ଥାଆନ୍ତି।
    ନବବର୍ଷ ରେ ନିଜେ ନିଜକୁ ଜପ, ତପ କରିବା ଧାରାରେ ପକାଇବା ଜରୁରୀ ଏବଂ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କରାଗ୍ରେ ବସତେ ଲକ୍ଷ୍ମୀ କରମଧ୍ୟେ ସରସ୍ୱତୀ କରମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ ମନ୍ତ୍ର ଜପ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    34 %
    1.1kmh
    0 %
    Thu
    43 °
    Fri
    43 °
    Sat
    44 °
    Sun
    44 °
    Mon
    44 °

    ସମ୍ବନ୍ଧିତ