Tuesday, July 23, 2024
24.5 C
Odisha

    ନର୍ସଙ୍କୁ ଦୁଷ୍କର୍ମ ଅଭିଯୋଗ; ଅଗ୍ନିଶମ ବାହିନୀ କର୍ମଚାରୀ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ନର୍ସଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଗ୍ନିଶମ ବାହିନୀ କର୍ମଚାରୀ ଗିରଫ। ଦୁଷ୍କର୍ମ ଅଭିଯୁକ୍ତର ନାଁ ଜିତୁ ରଞ୍ଜନ ଦାସ। ଜିତୁଙ୍କୁ ପାହାଳ ଥାନା ପୁଲିସ କେନ୍ଦ୍ରାପଡ଼ାରୁ ଗିରଫ କରିଛି।ଅଭିଯୁକ୍ତ ନାଁରେ କମିସନରେଟ ପୁଲିସରେ ଦୁଇଟି ଦୁଷ୍କର୍ମ ମାମଲା ରହିଥିଲା । ଅନୁଗୁଳରେ ଅଗ୍ନିଶମ ବାହିନୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି ଜିତୁ। ବିଭାଗୀୟ ତଦନ୍ତ ପାଇଁ ଅଗ୍ନିଶମ ଡିଜିଙ୍କୁ ପାହାଳ ଥାନା ପୁଲିସ ଚିଠି ଲେଖିବ ବୋଲି ଜଣାପଡ଼ିଛି। ସୋସିଆଲ ମିଡ଼ିଆରେ ପ୍ରଥମେ ନର୍ସଙ୍କ ସହ ବନ୍ଧୁତା ହୋଇଥିଲା । ପରେ ବିବାହର ପ୍ରତିଶୃତି ଦେଇ ଅଟଳା ଅଞ୍ଚଳରେ ଅଭିଯୁକ୍ତ ଉକ୍ତ ନର୍ସଙ୍କୁ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ନେଇ ପାହାଳ ଥାନାରେ ଅଭିଯୋଗ ପରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    95 %
    2kmh
    100 %
    Mon
    25 °
    Tue
    25 °
    Wed
    25 °
    Thu
    25 °
    Fri
    29 °

    ସମ୍ବନ୍ଧିତ