Wednesday, March 18, 2026
21.1 C
Odisha

    ନଷ୍ଟ କରାଗଲା ୧ କୁଇଣ୍ଟାଲ ଆଇସ୍‌କ୍ରିମ

    ଆଗକୁ ପଢନ୍ତୁ

    ଅସ୍ବାସ୍ଥ୍ୟକର ପରିବେଶରେ ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରି ମାର୍କେଟକୁ ବିକ୍ରି ପାଇଁ ପଠାଯାଉଥିଲା। ଆଇସ୍‌କ୍ରିମ୍‌ ପ୍ୟାକେଟ୍‌ ଉପରେ ବ୍ୟାଚ୍‌ ନମ୍ବର, ପ୍ରସ୍ତୁତ ତାରିଖ ଓ ବ୍ୟବହାର ତାରିଖ ଆଦି ଲେଖା ଯାଇ ନ ଥିଲା। ପ୍ରାୟ ୨ ମାସ ହେଲା ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଓ ଖାଦ୍ୟ ନିରାପତ୍ତା ବିଭାଗ ଦୃଷ୍ଟିରେ ଥିଲେ ମଧ୍ୟ ନିଜର ତ୍ରୁଟି ସଂଶୋଧନ କରାଯାଇ ନ ଥିଲା। ଏ ନେଇ ଆରଏମ୍‌ସି ଏବଂ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ନୋଟିସ ମଧ୍ୟ ଜାରି କରାଯାଇଥିଲା। ଗୁରୁବାର ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ସୁଦକ୍ଷ ପଟେଲଙ୍କ ଉପସ୍ଥିତିରେ ଆର୍‌ଏମ୍‌ସି ସହାୟକ ଆୟୁକ୍ତ ଅଜିତ ପଟ୍ଟନାୟକ, ଖାଦ୍ୟ ନିରାପତ୍ତା ଅଧିକାରୀ ସ୍ବାଗତିକା ବେହେରା, ଦୀକ୍ଷା ଦେ, ମୋନାଲିସା ଟପ୍ପୋ ପ୍ରମୁଖ ରାଉରକେଲା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଥିବା ରେନ୍‌ବୋ ଆଇସ୍‌କ୍ରିମ୍‌ ଫ୍ୟାକ୍ଟ୍ରିକୁ ଅର୍ନିଦ୍ଦିଷ୍ଟକାଳ ପାଇଁ ସିଲ୍‌ କରିଛନ୍ତି। ଖାଦ୍ୟ ନିରାପତ୍ତା ଅଧିକାରୀ ବେହେରା ସୂଚନା ଦେଇ କହିଛନ୍ତି, ପ୍ରାୟ ୨ ବର୍ଷ ହେଲା ପ୍ରଭାତ ସାହୁ ନାମକ ବ୍ୟକ୍ତି ରେନ୍‌ବୋ ଆଇସ୍‌କ୍ରିମ୍‌ ଫ୍ୟାକ୍ଟ୍ରି ଚଳାଇ ଆସୁଥିଲେ। ବଜାରରେ ଏହି ଆଇସ୍‌କ୍ରିମ୍‌ ବିକ୍ରି ହେଉଥିଲା। ଏହାର ଗୁଣବତ୍ତା ଓ ସ୍ବଚ୍ଛତା ନେଇ ପ୍ରାୟ ୨ ମାସ ହେଲା ଅନେକ ଅଭିଯୋଗ ଆସୁଥିଲା। ଏଥିପାଇଁ ପୂର୍ବରୁ ଉକ୍ତ ଫ୍ୟାକ୍ଟ୍ରିକୁ ନୋଟିସ୍‌ ଜାରି କରାଯାଇଥିଲା। ହେଲେ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ତ୍ରୁଟି ସଂଶୋଧନ କରି ନ ଥିଲେ। ଫଳରେ ଉକ୍ତ ଫ୍ୟାକ୍ଟ୍ରିକୁ ସିଲ୍‌ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.1 ° C
    21.1 °
    21.1 °
    76 %
    2.2kmh
    100 %
    Wed
    22 °
    Thu
    31 °
    Fri
    34 °
    Sat
    34 °
    Sun
    35 °

    ସମ୍ବନ୍ଧିତ