Wednesday, April 15, 2026
25.7 C
Odisha

    ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ

    ଆଗକୁ ପଢନ୍ତୁ

    ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଶାସନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ସହ ୨୦୨୦ମସିହାରେ ଦୁଷ୍କର୍ମ ହୋଇଥିଲା ।ଶନିବାର ଏହି ମାମଲାର ସମ୍ବଲପରୁ ପୋକ୍‌ସୋ ଫାଷ୍ଟଟ୍ରାକ୍ ସ୍ପେସିଆଲ କୋର୍ଟ ବିଚାରପତି ଆରଏଲ ପଣ୍ଡା ବିଚାର କରି ଦୋଷୀ ଅଜୟ ଓରାମ(୨୫)କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।ଦଫା ୩୬୩,୩୬୬,୩୭୬(୨) ଓ ପୋକ୍‌ସୋ ଆକ୍ଟରେ ୨୦ ବର୍ଷ ଜେଲ ଦଣ୍ଡାଦେଶ ଓ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାକୁ ସରକାରୀ ଓକିଲ ବସନ୍ତ କୁମାର ମିଶ୍ର ପରିଚାଳନା କରିଥିଲେ । ସୂଚନା ଅନୁସାରେ, ଶାସନ ଥାନା ଅଞ୍ଚଳର ପୀଡିତା ୮.୧୧.୨୦୨୦ ମସିହା ସନ୍ଧ୍ୟାରେ ଶୌଚ ହୋଇ ଘରକୁ ଫେରୁଥିବା ବେଳେ ଅଜୟ ତାଙ୍କୁ ନେଇ କେଉଁ ଆଡେ ଚାଲି ଯାଇଥିଲେ । ପରିବାର ଲୋକ ଖୋଜାଖୋଜି ପରେ ନ ପାଇ ଶାସନ ଥାନାରେ ୧୦ ତାରିଖ ଦିନ ଅଭିଯୋଗ କରିଥିଲେ । ପୁଲିସ ସେହି ମାସ ୨୬ ତାରିଖରେ ପୀଡିତା ଓ ଅଭିଯୁକ୍ତକୁ ଗିରଫ କରିଥିଲା । ପରେ ଶାରିରୀକ ସମ୍ପର୍କ ରଖିଥିବା ଡାକ୍ତରୀ ମାଇନାରୁ ଜଣା ପଡିଥିଲା । ଥାନା ଅଧିକାରୀ ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି ଚାର୍ଜସିଟ ଦାଖଲ କରିଥିଲେ ।୧୪ ଜଣଙ୍କ ସାକ୍ଷ୍ୟ ଓ ୨୦ଟି ଦସ୍ତାବିତ୍‌କୁ ଅନୁଧାନ କରି ଅଦାଲତ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    57 %
    0.8kmh
    0 %
    Wed
    42 °
    Thu
    44 °
    Fri
    44 °
    Sat
    43 °
    Sun
    43 °

    ସମ୍ବନ୍ଧିତ