Saturday, April 18, 2026
42.1 C
Odisha

    ନିଶା ମହାରଣାକୁ ଗିରଫ କରିବାକୁ ଭୁବନେଶ୍ୱରରେ ପହଞ୍ଚିଲା ବଲାଙ୍ଗିର ପୋଲିସ

    ଆଗକୁ ପଢନ୍ତୁ

    ବହୁଚର୍ଚ୍ଚିତ ଯାତ୍ରା ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି। ଅଶ୍ଳୀଳ ନୃତ୍ୟ ପରିବେଷଣ ଅଭିଯୋଗରେ ତାଙ୍କୁ ଗିରଫ କରିବା ପାଇଁ ବଲାଙ୍ଗିର ପୋଲିସ ଏକ ଟିମ୍ ସହ ଭୁବନେଶ୍ୱରରେ ପହଞ୍ଚିଥିବା ସୂଚନା ମିଳିଛି। ବଲାଙ୍ଗିର ଜିଲ୍ଲା ଚନ୍ଦନ ଭାଟି ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଶା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଥିଲା ଘଟଣାକୁ ଗୁରୁତର ସହ ନେଇ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି। ବଲାଙ୍ଗିର ସଦର ଥାନା ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିବା ସହ ନିଶାଙ୍କୁ ଗିରଫ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳତା ପ୍ରଦର୍ଶନ କରିବା ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା କମିଟିର ଦୁଇ ଜଣ ସଦସ୍ୟଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଅଟକ ଥିବା ଦୁଇ ଆୟୋଜକ ହେଲେ ସୁରେନ୍ଦ୍ର ନାଗ ଓ ରାଧେଶ୍ୟାମ ମେହେର। ବର୍ତ୍ତମାନ ପୋଲିସର ତଦନ୍ତ ଜାରି ରହିଛି ଏବଂ ଖୁବଶୀଘ୍ର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.1 ° C
    42.1 °
    42.1 °
    13 %
    4.4kmh
    9 %
    Sat
    42 °
    Sun
    44 °
    Mon
    44 °
    Tue
    43 °
    Wed
    43 °

    ସମ୍ବନ୍ଧିତ