Saturday, March 14, 2026
38.1 C
Odisha

    ନୀତୀଶଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ‌ ପାଇଲେ ୩ ମହିଳା

    ଆଗକୁ ପଢନ୍ତୁ

    ପାଟନା  : ବିହାରରେ ଏନ୍‌ଡିଏର ବିପୁଳ ବିଜୟ ପଛରେ ମହିଳା ଭୋଟରଙ୍କର ବଡ଼ ଯୋଗଦାନ ରହିଛି। କିନ୍ତୁ ସେହି ଅନୁଯାୟୀ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳରେ ମହିଳାଙ୍କୁ ସ୍ଥାନ ଦିଆଯାଇନାହିଁ। ଗୁରୁବାର ୨୬ ଜଣ ମନ୍ତ୍ରୀ ଶପଥ ନେଇଥିବାବେଳେ ସେମାନଙ୍କ ମଧ୍ୟରେ ମାତ୍ର ୩ ଜଣ ମହିଳାଙ୍କୁ ସ୍ଥାନ ମିଳିଛି। ତିନି ମହିଳା ମନ୍ତ୍ରୀ ହେଲେ ଲେସି ସିଂହ, ରମା ନିଷାଦ ଓ ଶ୍ରେୟସୀ ସିଂହ। ନୀତୀଶ ୧୦ମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଛନ୍ତି। ପ୍ରବଳ ଜନସମାଗମ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦୀଙ୍କ ଉପସ୍ଥିତିରେ ନୀତୀଶ ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ତାଙ୍କ ସହିତ ୨୬ ମନ୍ତ୍ରୀ ଶପଥ ନେଇଥିବାବେଳେ ସେଥିରେ ୩ ଜଣ ମହିଳା ଅଛନ୍ତି। ଅର୍ଥାତ୍ ମନ୍ତ୍ରିମଣ୍ଡଳରେ ମାତ୍ର ୧୧ ପ୍ରତିଶତ ମହିଳାଙ୍କୁ ସ୍ଥାନ ଦିଆଯାଇଛି।  ନୀତୀଶ ପୁଣି ଥରେ ଲେସି ସିଂହଙ୍କୁ ଭରସା କରି ନିଜ ଟିମ୍‌ରେ ସାମିଲ କରିଛନ୍ତି। ଧାମଦହ ଆସନରୁ ଛଅଥରର ବିଧାୟିକା ଲେସି ସିଂହ ଗତ ସରକାରରେ ଖାଦ୍ୟ ଓ ଖାଉଟି ସୁରକ୍ଷା ବିଭାଗ ମନ୍ତ୍ରୀ ଥିଲେ। ଏଥର ନିର୍ବାଚନରେ ୫୫୧୫୯ ଭୋଟରେ ପରାସ୍ତ କରିଥିଲେ।  ବିଜେପି କୋଟାରୁ ଶ୍ରେୟସୀ ସିଂହ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ସେ ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି। ଜମୁଇ ଆସନରୁ ଆର୍‌ଜେଡିର ମହମ୍ମଦ ସମସାଦ ଆଲମଙ୍କୁ ୫୪୪୯୮ ଭୋଟରେ ପରାସ୍ତ କରିଥିଲେ। ସେ ଜଣେ କ୍ରୀଡ଼ାବିତ୍। ଜମୁଇ ଆସନରୁ କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ବିଜୟୀ ହୋଇଛନ୍ତି। ନୀତୀଶଙ୍କ ମନ୍ତ୍ରିମଣ୍ଡଳରେ ଓରାଇ ବିଧାନସଭା ଆସନରୁ ଜିତିଥିବା ରମା ନିଷାଦଙ୍କୁ ସାମିଲ କରାଯାଇଛି। ମୁଜାଫରପୁରର ପୂର୍ବତନ ବିଜେପି ସାଂସଦ ଅଜୟ ନିଷାଦଙ୍କ ପତ୍ନୀ ରମା ୫୪ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ସେ ଭିଆଇପିର ଭୋଗେନ୍ଦ୍ର ସାହାନୀଙ୍କୁ ପରାସ୍ତ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.1 ° C
    38.1 °
    38.1 °
    9 %
    4.3kmh
    0 %
    Sat
    37 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ