Friday, May 1, 2026
37.5 C
Odisha

    ନ୍ୟାସନାଲ୍‌ ‌ହେରାଲ୍ଡ ମାମଲା: ସୋନିଆ, ରାହୁଲଙ୍କୁ କୋର୍ଟ ନୋଟିସ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ଆଜି ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନୋଟିସ୍‌ କରିଛନ୍ତି।  ଏହି ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଦାଖଲ ଆବେଦନ ଆଧାରରେ କୋର୍ଟ ଉଭୟ ସୋନିଆ ଏବଂ ରାହୁଲଙ୍କୁ ନୋଟିସ କରିଛନ୍ତି।  ‌ମେ’ ୮ ତାରିଖରେ ଏହି ମାମଲାର ଶୁଣାଣି ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି।  ସ୍ବତନ୍ତ୍ର ବିଚାରପତି ବିଶାଲ ଗୋଗନେ କହିଛନ୍ତି ଯେ  ଇଡି ଚାର୍ଜସିଟ୍‌କୁ ସଜ୍ଞାନକୁ ନେବା ସମୟରେ ସୋନିଆ, ରାହୁଲ ଗାନ୍ଧୀ ଏବଂ ଅନ୍ୟ ଅଭିଯୁକ୍ତଙ୍କ କଥା ଶୁଣାଯିବ।  ସଠିକ ଏବଂ ନିରପେକ୍ଷ ବିଚାରଣ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୋର୍ଟ କହିଛନ୍ତି।

    ଉଲ୍ଲେଖଯୋଗ୍ୟ ଯେ ଏହି ସମାନ କୋର୍ଟ ମାମଲାରେ ସୋନିଆ ଏବଂ ରାହୁଲଙ୍କୁ ନୋଟିସ କରିବେନି ବୋଲି ସପ୍ତାହକ ପୂର୍ବରୁ ମନା‌ କରିଦେଇଥିଲେ। ଇଡି ଏହାର ଆବେଦନରେ ଦର୍ଶାଇଥିଲା ଯେ ଆମେ ଏହି ମାମଲାରେ ରାୟ ପାଇଁ ଆଉ ବେଶି ଦିନ ଗଡ଼ାଇ ପାରିବୁ ନାହିଁି। ଉକ୍ତ ମାମଲାରେ ପ୍ରଥମେ ନୋଟିସ୍‌ କରାଯାଉ ବୋଲି ଇଡି କୋର୍ଟଙ୍କୁ ଅନୁରୋଧ କରିଥିଲା। କୋର୍ଟ କହିଛନ୍ତି, ଏହି ମାମଲା ଏବେ ବିଚାରକୁ ନେବା ପର୍ଯ୍ୟାୟରେ ଅଛି। କୋର୍ଟ ସେମାନଙ୍କ ବିରୋଧରେ ଥିବା ମାମଲାକୁ ଔପଚାରିକ ଭାବେ ଗ୍ରହଣ କରିବା ପୂର୍ବରୁ ଏହି ପର୍ଯ୍ୟାୟରେ ପ୍ରଥମେ ମାମଲାରେ ପ୍ରସ୍ତାବିତ ଅଭିଯୁକ୍ତଙ୍କ କଥା ଶୁଣିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37.5 ° C
    37.5 °
    37.5 °
    21 %
    0.3kmh
    60 %
    Fri
    37 °
    Sat
    42 °
    Sun
    41 °
    Mon
    39 °
    Tue
    36 °

    ସମ୍ବନ୍ଧିତ