Wednesday, July 1, 2026
29.3 C
Odisha

    ଆଜିଠୁ ତିନି ମାସ ଯାଏଁ ଭିତରକନିକା ବନ୍ଦ

    ଆଗକୁ ପଢନ୍ତୁ

    ରାଜନଗର  : ଆଜିଠୁ ଭିତରକନିକା ବନ୍ଦ। କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର ହୋଇଥାନ୍ତି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୩ ମାସ ପାଇଁ ଭିତରକନିକା ବନ୍ଦ ରଖାଯାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ନଦୀକୂଳିଆ ଗ୍ରାମବାସୀମାନଙ୍କୁ ନଦୀକୁ ଯିବାକୁ ବାରଣ କରିଛି ରାଜନଗର ବନବିଭାଗ ।

    ଏହାର ମୁଖ୍ୟ କାରଣ ହେଲା ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ହେତୁ ନଦୀ ଓ ନାଳମାନଙ୍କରେ କୁମ୍ଭୀରମାନେ ବସା ବାନ୍ଧି ଅଣ୍ଡା ଦେବେ । ସେମାନଙ୍କ ମିଳନ ପର୍ବ ଓ ଅଣ୍ଡା ଦେବା ପ୍ରକ୍ରିୟାରେ ବାଧା ନଉପୁଜିବା ପାଇଁ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ।

    ସାଧାରଣତଃ ଶୀତକାଳରେ ଭିତରକନିକାରେ ହଜାର ହଜାର ପର୍ଯ୍ୟଟକ ଭିଡ଼ ହୁଏ । ବିଶେଷକରି ବଉଳ କୁମ୍ଭୀର ଦେଖିବା ଓ ମ୍ୟାଙ୍ଗ୍ରୋଭ ଜଙ୍ଗଲର ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଏଠାକୁ ଲୋକେ ଭିଡ଼ କରନ୍ତି। କିନ୍ତୁ ଏବେ ପ୍ରକୃତି ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଏହି ସ୍ଥଳ କିଛି ଦିନ ପାଇଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ତେଣୁ ଯଦି ଆପଣ ଭିତରକନିକା ଭ୍ରମଣ ପ୍ଲାନ୍ କରୁଛନ୍ତି, ତେବେ ଏହି ତିନି ମାସ ପାଇଁ ଯୋଜନା କରନ୍ତୁ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.3 ° C
    29.3 °
    29.3 °
    70 %
    2.3kmh
    97 %
    Wed
    28 °
    Thu
    32 °
    Fri
    31 °
    Sat
    32 °
    Sun
    31 °

    ସମ୍ବନ୍ଧିତ