Monday, October 12, 2026
22.9 C
Odisha

    ଆସନ୍ତାକାଲି ବାହାରିବ ମାଟ୍ରିକ ପରୀକ୍ଷା ଫଳ

    ଆଗକୁ ପଢନ୍ତୁ

    କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆସନ୍ତା ମେ ୨ ତାରିଖ ଶନିବାର ପ୍ରକାଶ ପାଇବ। ଅପରାହ୍ଣ ୪ଟାରେ ବୋର୍ଡ ପକ୍ଷରୁ ଫଳ ଘୋଷଣା କରାଯିବ। ଛାତ୍ରଛାତ୍ରୀ ସନ୍ଧ୍ୟା ୬ଟା ପରଠାରୁ ବୋର୍ଡ ୱେବ୍‌ସାଇଟ୍‌ରୁ ଫଳ ଜାଣିପାରିବେ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଚଳିତବର୍ଷ ରାଜ୍ୟରେ ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହୋଇଥିଲା। ୫ ଲକ୍ଷ ୬୨ ହଜାର ୬୧୨ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିଲାବେଳେ ୩୦୮୨ କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ପ୍ରାୟ ୯ ହଜାର ୯୩୦ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ। ମାର୍ଚ୍ଚ ୧୯ ତାରିଖରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇ ୫୧ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୫ ହଜାର ଶିକ୍ଷକ ଖାତା ଦେଖିବାକୁ ନିୟୋଜିତ ହୋଇଥିଲେ। ଏପ୍ରିଲ ୨ ତାରିଖ ସୁଦ୍ଧା ଅର୍ଥାତ ୧୫ଦିନ ମଧ୍ୟରେ ଖାତାଦେଖା ଶେଷ ହୋଇଥିଲା। ରାଜ୍ୟର ସବୁ ମୂଲ୍ୟାୟନ କେନ୍ଦ୍ରରୁ ଉତ୍ତରଖାତା ଆସି ବୋର୍ଡ ମୁଖ୍ୟାଳୟରେ ଗଚ୍ଛିତ ରଖାଯାଇଥିଲା। ମୂଲ୍ୟାୟନ ପରେ ମେ ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ କରିବାକୁ
    ବୋର୍ଡ ଲକ୍ଷ୍ୟ ରଖିଥିବାବେଳେ ଗୁରୁବାର ଫଳ ପ୍ରକାଶ ତାରିଖ ଘୋଷଣା ହୋଇଛି। ଦ୍ବିତୀୟ ସପ୍ତାହ ନୁହେଁ ପ୍ରଥମ ସପ୍ତାହ ଅର୍ଥାତ ମେ ୨ ତାରିଖରେ ଫଳ ପ୍ରକାଶ କରାଯିବ ବୋଲି ବୋର୍ଡ ସଭାପତି ଶ୍ରୀ ତରାଇ ସୂଚନା ଦେଇଛନ୍ତି।
    ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା (ଏସଓଏସସି) ଏବଂ ସଂସ୍କୃତ ମଧ୍ୟମାର ଛାତ୍ରଛାତ୍ରୀଙ୍କ ଫଳ ଏକ ସାଙ୍ଗରେ ପ୍ରକାଶ ପାଇବ। ଯଦି କୌଣସି ଉପାନ୍ତ ଅଞ୍ଚଳ କିମ୍ବା ଇଣ୍ଟରନେଟ୍‌ର ଅସୁବିଧା ଥାଏ, ତାହେଲେ ସମ୍ପୃକ୍ତ ଛାତ୍ରଛାତ୍ରୀ ‘ଓଆର୧୦ ରୋଲ ନମ୍ବର’ ଲେଖି ୫୬୭୬୭୫୦ରେ ମେସେଜ୍‌ ପଠାଇଲେ ଫଳ ଜାଣିପାରିବେ। ସେହିଭଳି ଫଳ ପ୍ରକାଶ ଦିନ ସନ୍ଧ୍ୟା ୭ଟା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଟାବୁଲେସନ ରେଜିଷ୍ଟ୍ରର (ଟିଆଇ) ବୋର୍ଡ ୱେବ୍‌ସାଇଟ୍‌ରୁ ପାଇପାରିବେ। ଫଳରେ ଆଗକୁ ହେବାକୁ ଥିବା ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଏହା ସହାୟକ ହେବ। ଏକମାସ ମଧ୍ୟରେ ସପ୍ଲିମେଣ୍ଟାରୀ ପରୀକ୍ଷା କରିବାକୁ ବୋର୍ଡ କର୍ତ୍ତୃପକ୍ଷ ଯୋଜନା ରହିଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    80 %
    1.3kmh
    0 %
    Sun
    23 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ