Saturday, September 19, 2026
27.5 C
Odisha

    ପରୀକ୍ଷାରେ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କୁ ସାଂସଦ ମାନସ ମଙ୍ଗରାଜଙ୍କ କଟାକ୍ଷ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜ୍ୟବ୍ୟାପୀ ଦେଖାଦେଇଛି ଅସନ୍ତୋଷ। ସରକାରଙ୍କ ବିରୋଧରେ ଆନ୍ଦୋଳନ ଓ ବିକ୍ଷୋଭ ପରେ ଆଜି କାଠଯୋଡି ନଦୀରେ ଆଡମିଟ୍‌ କାର୍ଡକୁ ଡଙ୍ଗା କରି ଭସାଇଛନ୍ତି ଓଏସଏସସି ଆଶାୟୀ। ଘଟଣାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ସହ ବୟାନବାଜି ଜାରି ରହିଥିବାବେଳେ ସରକାରଙ୍କୁ କଟାକ୍ଷ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଘଟଣାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଅସନ୍ତୋଷ ଜାହିର କରଛନ୍ତି ମାନସ।
    ସେ ଲେଖିଛନ୍ତି ଯେ, ହୋଟେଲ ଓ ଭଡାଘରେ ଆରଆଇ, ଆମିନ ପରୀକ୍ଷା କଲେ। ସାଇବର କାଫେରେ କେତୋଟି କମ୍ପ୍ୟୁଟର ରଖି ପରୀକ୍ଷା କେନ୍ଦ୍ର ଭାବେ ବ୍ୟବହାର କରାଯଗଲା। ଏହା କଣ ଓଡିଶା ସରକାରଙ୍କ ସ୍ୱଚ୍ଛତା, କର୍ତ୍ତବ୍ୟ ଓ ଦାୟିତ୍ୱବୋଧ କି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    27.5 ° C
    27.5 °
    27.5 °
    84 %
    1.1kmh
    100 %
    Sat
    27 °
    Sun
    30 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ