Monday, December 8, 2025
13.6 C
Odisha

    ପଳାତକଙ୍କୁ ଧରିବ ‘ଭାରତପୋଲ’ ପୋର୍ଟାଲ, ଲଞ୍ଚ କଲେ ଗୃହମନ୍ତ୍ରୀ ଅମିତ ଶାହା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବର୍ତ୍ତମାନ ଭାରତର ପଳାତକ ଅପରାଧୀଙ୍କୁ ନିୟନ୍ତ୍ରଣ କରିବା ସହଜ ହେବାକୁ ଯାଉଛି। ଦେଶ ଛାଡ଼ି ବିଦେଶକୁ ପଳାୟନ କରୁଥିବା ମୋଷ୍ଟ ୱାଣ୍ଟେଡ ଏବଂ ପଳାତକମାନଙ୍କୁ ସହଜରେ ଧରିବା ପାଇଁ ସିବିଆଇ ପକ୍ଷରୁ ଏକ ପୋର୍ଟାଲ ଲଞ୍ଚ କରାଯାଇଛି। ଏହାର ନାଁ ରହିଛି ‘ଭାରତପୋଲ’। ଗୃହମନ୍ତ୍ରୀ ଅମିତ ଶାହା ଆଜି ଭରତପୋଲ ପୋର୍ଟାଲ ଲଞ୍ଚ କରିଛନ୍ତି। ଏହି ସମୟରେ ସେ ଏହାର ଲାଭ ବିଷୟରେ ଦେଶବାସୀଙ୍କ କହିବା ସହିତ ସମଗ୍ର ସିବିଆଇ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି। ଦେଶର ତଦନ୍ତକୁ ଏକ ନୂତନ ଯୁଗକୁ ନେବା ପାଇଁ ଏହା ଏକ ବଡ଼ ପଦକ୍ଷେପ ବୋଲି ଅମିତ ଶାହା କହିଛନ୍ତି ।ଭାରତପୋଲ ହେଉଛି ଏକ ସାଧାରଣ ପୋର୍ଟାଲ, ଯାହା ଇଣ୍ଟରପୋଲ ଲାଇନରେ ସିବିଆଇ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି ପୋର୍ଟାଲ ମାଧ୍ୟମରେ କୌଣସି ପ୍ରକାର ଆତଙ୍କବାଦୀ ଘଟଣା, ଗୁରୁତର ଅପରାଧ, ନାକୋର୍ ଏବଂ ସାଇବର ଅପରାଧୀଙ୍କ ନିକଟରେ ପହଞ୍ଚିବା ସହଜ ହେବ। ଏହି ପୋର୍ଟାଲରେ ସିବିଆଇ, ଇଡି, ଏନଆଇଏ ଏବଂ ସମସ୍ତ ରାଜ୍ୟର ପୋଲିସ ଭଳି ସମସ୍ତ ଅନୁସନ୍ଧାନକାରୀ ସଂସ୍ଥା ଏଥିରେ ଅନ୍ତଭୁର୍କ୍ତ ହେବେ। ଏମାନେ ସମସ୍ତେ ଏଥିରେ କନେକେ୍ଟଡ୍‌ ରହିବେ।ଏହି ପୋର୍ଟାଲ ସିବିଆଇ ଅଧୀନରେ କାମ କରିବ, ଯାହା ମାଧ୍ୟମରେ ସମସ୍ତ ରାଜ୍ୟର ପୋଲିସ ଇଣ୍ଟରପୋଲରୁ ସିଧାସଳଖ ସାହାଯ୍ୟ ନେବାକୁ ସକ୍ଷମ ହେବେ।ଏହା ମାଧ୍ୟମରେ ସାଇବର ଅପରାଧ ସମେତ ଅନ୍ୟାନ୍ୟ ଅପରାଧ ମାମଲାର ତଦନ୍ତ ତ୍ୱରାନ୍ୱିତ ହେବ।ଏହା ବ୍ୟତୀତ ଏହି ପୋର୍ଟାଲ ମାଧ୍ୟମରେ ଅପରାଧୀଙ୍କ ବିଷୟରେ ପ୍ରକୃତ ସୂଚନା ସହଜରେ ସଂଗ୍ରହ କରାଯାଇପାରିବ।ଏହି ପୋର୍ଟାଲ ଆରମ୍ଭ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇଣ୍ଟରପୋଲ ସହିତ ଭାରତୀୟ ସୁରକ୍ଷା ଏଜେନ୍ସିର ସମନ୍ୱୟକୁ ସହଜ କରିବା। ବର୍ତ୍ତମାନ ସମସ୍ତ ରାଜ୍ୟଗୁଡ଼ିକର ପୋଲିସ ମଧ୍ୟ ଏହାର ଲାଭ ଉଠାଇ ପାରିବେ। ଏହି ପୋର୍ଟାଲ ମାଧ୍ୟମରେ ସେମାନେ କୌଣସି ଅପରାଧୀଙ୍କ ବିଷୟରେ ସୂଚନା ପାଇଁ ସିଧାସଳଖ ଇଣ୍ଟରପୋଲକୁ ଅନୁରୋଧ କରିପାରିବେ। ଏହା ପୂର୍ବରୁ ଏଥିପାଇଁ ରାଜ୍ୟମାନଙ୍କୁ ପ୍ରଥମେ ସିବିଆଇକୁ ଆବେଦନ କରିବାକୁ ପଡ଼ିଥିଲା ଏବଂ ପରେ ସିବିଆଇ ଏହାକୁ ଇଣ୍ଟରପୋଲକୁ ପଠାଉଥିଲା। କିନ୍ତୁ ବର୍ତ୍ତମାନ ଏହି କାର୍ଯ୍ୟ ସିଧାସଳଖ ଭାବେ ହୋଇପାରିବ।ସାଧାରଣତଃ ୱାଣ୍ଟେଡ ଅପରାଧୀମାନେ ଆତଙ୍କବାଦୀ କାର୍ଯ୍ୟକଳାପ, ସାଇବର ଅପରାଧ, ବ୍ୟାଙ୍କ ଠକେଇ ଭଳି ଅନେକ ପ୍ରକାର ଅପରାଧ କରି ଦେଶ ଛାଡି ବିଦେଶ ପଳାୟନ କରିିଥାନ୍ତି। ସେଠାରେ ରହି ସେମାନେ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିଥାନ୍ତି। ତେବେ ବର୍ତ୍ତମାନ ଏହି ‘ଭାରତପୋଲ’ ପୋର୍ଟାଲ ଜରିଆରେ ଏମାନଙ୍କ ଅପରାଧ ଉପରେ ରୋକ୍‌ ଲଗାଯାଇପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    13.6 ° C
    13.6 °
    13.6 °
    39 %
    1.2kmh
    91 %
    Mon
    26 °
    Tue
    26 °
    Wed
    26 °
    Thu
    26 °
    Fri
    26 °

    ସମ୍ବନ୍ଧିତ