Sunday, May 31, 2026
36.9 C
Odisha

    ପାକିସ୍ତାନର ଡ୍ରୋନ ଆକ୍ରମଣ: ଉଧମପୁର ଏୟାର ବେସର ଜଣେ ଯବାନ ଶହୀଦ

    ଆଗକୁ ପଢନ୍ତୁ

    ଉଧମପୁର : ଜମ୍ମୁ ଓ କଶ୍ମୀରର ଉଧମପୁର ଜିଲ୍ଲାରେ ଥିବା ଏକ ବାୟୁସେନା ଘାଟିରେ କାର୍ଯ୍ୟରତ ଜଣେ ଯବାନ ଶହୀଦ ହୋଇଛନ୍ତି। ଶନିବାର ରାତିରେ ପାକିସ୍ତାନ ପକ୍ଷରୁ ହୋଇଥିବା ଡ୍ରୋନ ଆକ୍ରମଣରେ ଯବାନଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରତିରକ୍ଷା ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

    ଶନିବାର ପାକିସ୍ତାନ ଜମ୍ମୁ ଏବଂ କଶ୍ମୀରର ଉଧମପୁର ଏୟାରବେସ ଉପରେ ଡ୍ରୋନ ଆକ୍ରମଣ କରିଥିଲା। ଯାହାକୁ ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଧ୍ୱଂସ କରାଯାଇଥିଲା। ତେବେ ନିକଟରେ ଡ୍ୟୁଟି କରୁଥିବା ରାଜସ୍ଥାନର ସୁରେନ୍ଦ୍ର ସିଂହ ମୋଗାଙ୍କ ଦେହରେ ଡ୍ରୋନର ଖଣ୍ଡ ବିଖଣ୍ଡିତ ଅଂଶ ବାଜିଥିଲା। ଡ୍ରୋନର ଭଗ୍ନାବଶେଷ ଦେହରେ ବାଜିବା ପରେ ସେ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ଶହୀଦ ଯବାନ ହେଲେ ସୁରେନ୍ଦ୍ର କୁମାର ଓ ସେ ରାଜସ୍ଥାନର ଝୁନଝୁନୁ ଜିଲ୍ଲାର ମେହେରାଦାସୀ ଗାଁର ବାସିନ୍ଦା ଥିଲେ। ସୁରେନ୍ଦ୍ର ଭାରତୀୟ ବାୟୁସେନାର ୩୯ ଉଇଙ୍ଗରେ ମେଡିକାଲ ସାର୍ଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଛି। ପ୍ରତିରକ୍ଷା ବିଭାଗ ତାଙ୍କ ପରିବାରକୁ ଏହି ଦୁଃଖଦ ଖବର ଜଣାଇ ପରିବାର ପାଇଁ ଶୋକ ପ୍ରକାଶ କରିଛି। ଏହି ଘଟଣା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    36.9 ° C
    36.9 °
    36.9 °
    33 %
    3kmh
    20 %
    Sun
    36 °
    Mon
    40 °
    Tue
    40 °
    Wed
    41 °
    Thu
    42 °

    ସମ୍ବନ୍ଧିତ