Saturday, June 20, 2026
36.9 C
Odisha

    ଆଉ ନାହାନ୍ତି ବିଶିଷ୍ଟ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :   ପୂର୍ବତନ ଖେଳାଳି, ବିଶିଷ୍ଟ କ୍ରୀଡ଼ା ପ୍ରଶାସକ, କ୍ରୀଡା ସ୍ତମ୍ଭକାର ଅଶୋକ ମହାନ୍ତି ଗତକାଲି ରାତିରେ ପରଲୋକ ଗମନ କରିଛନ୍ତି । ତାଙ୍କୁ ୭୬ ବର୍ଷ ହୋଇଥିଲା । ବେଶ୍‌ କିଛି ଦିନ ଧରି ଅସୁସ୍ଥ ଥିବା ଅଶୋକ ମହାନ୍ତି ଶନିବାର ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ପତ୍ନୀ, ବିବାହିତ ପୁଅ ଓ ଝିଅଙ୍କୁ ଛାଡ଼ିଯାଇଛନ୍ତି | ଶେଷ ପର୍ଯ୍ୟନ୍ତ କିନ୍ତୁ ସେ ବିଭିନ୍ନ ଖବରକାଗଜରେ ସ୍ତମ୍ଭ ଲେଖିବା ସହ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିଲେ ।

    ରାଜ୍ୟ କ୍ରୀଡ଼ା ଦୁନିଆରେ ଡୁଲୁ ଭାଇ ନାମରେ ପରିଚିତ ଅଶୋକ ମହାନ୍ତି ସ୍କୁଲ୍, କଲେଜ ଓ ବିଶ୍ବବିଦ୍ୟାଳୟ ସ୍ତରରେ ହକି, ଫୁଟବଲ୍, ଟେବୁଲ ଟେନିସ୍‌ ବାସ୍କେଟ୍‌ବଲ୍ ଖେଳିଥିଲେ । ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗରୁ ସହକାରୀ ନିର୍ଦ୍ଦେଶକ ଭାବେ ୨୦୦୯ରେ ଅବସର ଗ୍ରହଣ କରିଥିଲେ । ଓଡ଼ିଶା କ୍ରୀଡ଼ାରେ ଜ୍ଞାମଣ୍ଡଳ ଭାବେ ପ୍ରତିଷ୍ଠିତ ଶ୍ରୀ ମହାନ୍ତି ଏକାଧିକ ପୁରସ୍କାର ମଧ୍ୟ ହାତେଇଥିଲେ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.9 ° C
    36.9 °
    36.9 °
    32 %
    2.8kmh
    85 %
    Sat
    36 °
    Sun
    34 °
    Mon
    37 °
    Tue
    38 °
    Wed
    41 °

    ସମ୍ବନ୍ଧିତ