Tuesday, April 21, 2026
29.4 C
Odisha

    ପାଠ ପଢିଲେ ସାଂସଦ ଓ ବିଧାୟକ: ଶିଖିଲେ ‘୩-ସ’ ସରକାର, ସଂଗଠନ ଓ ସୁସମ୍ପର୍କ

    ଆଗକୁ ପଢନ୍ତୁ

    ପୁରୀ : ଆଜି ସକାଳ ସାଢ଼େ ୯ଟାରେ ପୁରୀରେ ଆରମ୍ଭ ହୋଇଛି ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଛନ୍ତି। ଦଳୀୟ ସାଂସଦ, ବିଧାୟକ ଓ କର୍ମୀ ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ନଡ୍ଡାଙ୍କ ଗୁରୁମନ୍ତ୍ର ଶିକ୍ଷା କରିଛନ୍ତି। ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ ପ୍ରଥମଥର ଲାଗି ଦଳର ନିର୍ବାଚିତ ସମସ୍ତ ଲୋକସଭା ସାଂସଦ, ରାଜ୍ୟସଭା ସାଂସଦ ଓ ବିଧାୟକମାନେ ପ୍ରଶିକ୍ଷଣ ନେଉଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ଡା. ସମ୍ବିତ୍‌‌ ପାତ୍ର, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବହୁ ସାଂସଦ ଓ ବିଧାୟକମାନେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌‌ ରୋଡସ୍ଥିତ ସ୍ୱାମୀ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ପହଂଚିଥିଲେ। ରାତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପହଂଚିଥିଲେ। ରାତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପହଂଚିଥିଲେ।

    ଏହି ଅବସରରେ ଶ୍ରୀ ନଡ୍ଡା ପରାମର୍ଶ ଦେଇ କହିଛନ୍ତି, ନିର୍ବାଚିତ ସାଂସଦ ଓ ବିଧାୟକ ମାନେ କେବଳ ରାଜଧାନୀରେ ନ ରହି ତୃଣମୂଳ ସ୍ତରକୁ ଯିବା ଆବଶ୍ୟକ। ସେ କହିଛନ୍ତି, ‘ଅଙ୍ଗନୱାଡି ଓ ମେଡିକାଲକୁ ଯାଇ ଅଧ ଘଣ୍ଟା ବସ, ଅଫିସରଙ୍କ ସହ ଭଲ ସମ୍ପର୍କ ରଖି କାମ ଆଦାୟ କରିବା ଶିଖ।’ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ସରକାର, ସଂଗଠନ ଏବଂ ସୁସମ୍ପର୍କ ଉପରେ ଗୁରୁତ୍ୱ ଦେଇ ୧୪ ଟି ବିନ୍ଦୁ ଉପରେ ଆଲୋକପାତ କରିଥିଲେ। ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ଜାଣ ଓ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ଜାଣ। ସଂଗଠନ କେମିତି ବୃଦ୍ଧି ହେବ ସେ ଦିଗରେ ଦୃଷ୍ଟି ଦେବାକୁ ଶ୍ରୀ ନଡ୍ଡା ପରାମର୍ଶ ଦେଇଛନ୍ତି। ବିଜେପି ପ୍ରଶିକ୍ଷଣ ବର୍ଗରେ ଆୟୋଜିତ ଏକ ଫଟୋ ପ୍ରଦର୍ଶନୀକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡା ଉଦଘାଟନ କରିଥିଲେ। ଏଥିରେ ବିଜେପି ସଙ୍ଗଠନର ଇତିହାସ ଓ ସଂଘର୍ଷର କାହାଣୀ ପ୍ରଦର୍ଶିତ କରାଯାଇଛି। ପ୍ରଦର୍ଶନୀରେ ବିଜେପିର ଜୟ ଯାତ୍ରା, ଭୋଟ ପ୍ରତିଶତ ବୃଦ୍ଧି, ନୀତି ଆଦର୍ଶ, ମୂଳ ଦର୍ଶନ ଓ ଏକତ୍ମ ମାନବବାଦ, ନେତୃତ୍ୱର ଝଲକ ଦେଖିବାକୁ ମିଳିଛି। ଏହାସହ ଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ବେଶର ଫଟୋ ଚିତ୍ର ମଧ୍ୟ ଦେଖିଲେ ଶ୍ରୀ ନଡ୍ଡା।

    ଆସନ୍ତାକାଲି (ଏପ୍ରିଲ ୧୪) ସକାଳେ ଶ୍ରୀ ନଡ୍ଡା ଜିଲ୍ଲାର କାର୍ଯ୍ୟକର୍ତାମାନଙ୍କ ସହ ଆଲୋଚନା କରି ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରଶିକ୍ଷଣ ଶିବିରରେ ୨୦ ଜଣ ଲୋକସଭା ସାଂସଦ, ୩ ଜଣ ରାଜ୍ୟସଭା ସାଂସଦ ଏବଂ ୮୧ ଜଣ ବିଧାୟକ ଯୋଗ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.4 ° C
    29.4 °
    29.4 °
    31 %
    2.3kmh
    96 %
    Mon
    30 °
    Tue
    42 °
    Wed
    43 °
    Thu
    43 °
    Fri
    44 °

    ସମ୍ବନ୍ଧିତ