Thursday, October 23, 2025
22.1 C
Odisha

    ପାନ ଦୋକାନ ସହ ଜଳିଗଲେ ମହିଳା

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା : ପାନ ଦୋକାନରେ ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ।
    ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ବକ୍ତରପୁର ଛକରେ । ଆଜି ସକାଳେ ଦୋକାନ ଖୋଲି ଧୂପ ଦେବା ପରେ ପାଖରେ ବିକ୍ରି କରିବାକୁ ରଖିଥିବା ପେଟ୍ରୋଲରେ ନିଆଁ ଲାଗିବାରୁ ଅଗ୍ନିକାଣ୍ଡ ଘଟିଥିଲା । ପରେ ନିଆଁ ଚାରିଆଡ଼େ ବ୍ୟାପିଥିଲା ।
    ନିଆଁ ଜୋରରେ ଲାଗିବାରୁ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଫୋନ କରଥିଲେ । ଦୀର୍ଘ ଦୁଇଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିବା ପରେ ଦୋକାନ ଭିତରୁ ଦୋକାନୀ ମାଲିକାଣି କମଳା ସାହୁଙ୍କ ମୃତଦେହ ଉଦ୍ଧାର କରିଥିଲା । ଏହାକୁ ନେଇ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    89 %
    1.4kmh
    6 %
    Wed
    22 °
    Thu
    29 °
    Fri
    30 °
    Sat
    29 °
    Sun
    29 °

    ସମ୍ବନ୍ଧିତ