Tuesday, September 29, 2026
23.2 C
Odisha

    ପାରାଦୀପ ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୭ ବୋଟ୍

    ଆଗକୁ ପଢନ୍ତୁ

    ଜଗତସିଂହପୁର : ପାରାଦୀପ ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୭ଟି ବୋଟ୍ ଜଳିଯାଇଛି। ସେପଟେ ଗ୍ୟାସ୍ ଟାଙ୍କି ବିସ୍ଫୋରଣରେ ସମଗ୍ର ଅଞ୍ଚଳ ଥରି ଉଠିଛି। ନିଆଁ ଲିଭାଇବା ପାଇଁ ୧୩ଟି ଅଗ୍ନିଶମ ଟିମ୍‌ ନିୟୋଜିତ ହୋଇଥିବା ବେଳେ ଅଧିକ ଗାଡ଼ି କଟକରୁ ମଗାଯାଇଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ। ସେପଟେ ନିଆଁ ଲିଭାଇଲା ବେଳେ ଜଣେ ଆହତ ହୋଇଛନ୍ତି। ତାଙ୍କୁ ଅଠରବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ବନ୍ଦର ଜେଟିରେ ଥିବା ବୋଟ୍‌ରେ ନିଆଁ ଲାଗି ଗୋଟିଏ ପରେ ଗୋଟିଏ ଜଳିବାକୁ ଲାଗିଛି। ଗୋଟିଏ ବୋଟ୍‌ରୁ ନିଆଁ ଲାଗିବା ପରେ ଅନ୍ୟ ବୋଟ୍‌କୁ ବ୍ୟାପି ଚାଲିଛି। ନିଆଁର ପ୍ରକୋପ ଏତେ ଜୋର ଅଛି ଯେ, ପ୍ରାୟ ତିନି କିଲୋମିଟର ଦୂରକୁ ଜଳିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଅଗ୍ନିଶମ ବାହିନୀର ୧୩ଟି ଟିମ୍‌ ମୁକାବିଲାରେ ଲାଗିଥିବା ବେଳେ ନିଆଁ ଅଣାୟତ୍ତ ହେବାରେ ଲାଗିଛି। ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ପରିଚାଳନା ପାଇଁ ମେରାଇନ୍, ପାରାଦୀପ, ଲକ୍, ଜଟାଧାର ମୁହାଣ ଓ ଅଭୟଚାନ୍ଦପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ବୋଟ୍‌ରେ ରୋଷେଇ ଚାଲୁଥିବା ସମୟରେ ଗ୍ୟାସ୍‌ ଲିକ୍ ହୋଇ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ସବୁ ବୋଟ୍‌ରେ ଡିଜେଲ୍‌ ଓ ଗ୍ୟାସ୍‌ ଟାଙ୍କି ଥିବାରୁ ଅଧିକ ମାତ୍ରାରେ ଜଳିବାକୁ ଲାଗିଛି। ରୋଷେଇ ପାଇଁ ଗ୍ୟାସ୍‌, କାଠ, ଫାଇବର, ଜାଲ ଭଳି ସାମଗ୍ରୀ ଥିବାରୁ ନିଆଁ ଜୋରରେ ଜଳୁଛି। ଅଗ୍ନିକାଣ୍ଡରେ ୧୦ରୁ ଅଧିକ ଗ୍ୟାସ୍‌ଟାଙ୍କି ମଧ୍ୟ ଫାଟିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ