Thursday, March 19, 2026
20.8 C
Odisha

    ପୁଣି ଦେବୀ ମୁହାଣର ନିଷିଦ୍ଧାଞ୍ଚଳରୁ ଟ୍ରଲର ଜବତ

    ଆଗକୁ ପଢନ୍ତୁ

    ଅଲିଭ୍ ରିଡଲ୍ କଇଁଛ ସୂରକ୍ଷା ନିମନ୍ତେ କଟକଣା ଲାଗିଥିଲା ବେଳେ ପ୍ରେଟ୍ରୋଲିଂ ଟିମ୍ ଦ୍ୱାରା ଆଜି ପୁଣି ଏକ ଟ୍ରଲର ଜବତ ହୋଇଛି । ଯେଉଁଥିରେ ୧୩ ଜଣ କର୍ମଚାରୀ ଲକ୍ଷାଧିକ ଟଙ୍କାର ମାଛ ଥିବା ଜଣାପଡିଛି। ମୁହାଣ ନିକଟରୁ ଏହି ଟ୍ରଲର ଜବତ ପରେ ବନବିଭାଗ ହେପାଜତରେ ନୂଆଗଡ ସ୍ଥିତ ସାମୁଦ୍ରିକ ଜେଟୀକୁ ଆଣି ସାମୁଦ୍ରିକ ମତ୍ସ୍ୟବିଭାଗକୁ ହସ୍ତାନ୍ତର କରାଯାଇଥିଲା । ସେଥିରୁ ମାଛ ବାହାର କରି ନିଲାମ କରାଯାଇଥିବା ଜଣାପଡିଛି। କାଗଜପତ୍ର ମୁତାବକ ଜବତ ଟ୍ରଲର ନାମ ସର୍ଵ ମଙ୍ଗଳା -୭, ଏହା ବାଲେଶ୍ୱର ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ଓ ଏହାର ମାଲିକ କେନ୍ଦ୍ରାପଡା ଅଞ୍ଚଳର ଶିବାନୀ ମୈତି ବୋଲି ଜଣାପଡିଛି । ସୂଚନାନୁସାରେ ଅଲିଭ୍ ରିଡଲ୍ କଇଁଛ ସୂରକ୍ଷା ନିମନ୍ତେ ସମୁଦ୍ର କୂଳରରୁ ୨୦ କିମି ପର୍ଯ୍ୟନ୍ତ ପରିସୀମାକୁ ନିଷିଦ୍ଧାଞ୍ଚଳ ଘୋଷଣା କରି ୧ ନଭେମ୍ବରରୁ ୩୧ ମେ ପର୍ଯ୍ୟନ୍ତ ମାଛ ଧରିବା ଉପରେ କଟକଣା ଲାଗୁହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.8 ° C
    20.8 °
    20.8 °
    69 %
    1.5kmh
    100 %
    Thu
    32 °
    Fri
    34 °
    Sat
    34 °
    Sun
    35 °
    Mon
    36 °

    ସମ୍ବନ୍ଧିତ