Sunday, December 7, 2025
25.7 C
Odisha

    ପୁଣି ଦେବୀ ମୁହାଣର ନିଷିଦ୍ଧାଞ୍ଚଳରୁ ଟ୍ରଲର ଜବତ

    ଆଗକୁ ପଢନ୍ତୁ

    ଅଲିଭ୍ ରିଡଲ୍ କଇଁଛ ସୂରକ୍ଷା ନିମନ୍ତେ କଟକଣା ଲାଗିଥିଲା ବେଳେ ପ୍ରେଟ୍ରୋଲିଂ ଟିମ୍ ଦ୍ୱାରା ଆଜି ପୁଣି ଏକ ଟ୍ରଲର ଜବତ ହୋଇଛି । ଯେଉଁଥିରେ ୧୩ ଜଣ କର୍ମଚାରୀ ଲକ୍ଷାଧିକ ଟଙ୍କାର ମାଛ ଥିବା ଜଣାପଡିଛି। ମୁହାଣ ନିକଟରୁ ଏହି ଟ୍ରଲର ଜବତ ପରେ ବନବିଭାଗ ହେପାଜତରେ ନୂଆଗଡ ସ୍ଥିତ ସାମୁଦ୍ରିକ ଜେଟୀକୁ ଆଣି ସାମୁଦ୍ରିକ ମତ୍ସ୍ୟବିଭାଗକୁ ହସ୍ତାନ୍ତର କରାଯାଇଥିଲା । ସେଥିରୁ ମାଛ ବାହାର କରି ନିଲାମ କରାଯାଇଥିବା ଜଣାପଡିଛି। କାଗଜପତ୍ର ମୁତାବକ ଜବତ ଟ୍ରଲର ନାମ ସର୍ଵ ମଙ୍ଗଳା -୭, ଏହା ବାଲେଶ୍ୱର ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ଓ ଏହାର ମାଲିକ କେନ୍ଦ୍ରାପଡା ଅଞ୍ଚଳର ଶିବାନୀ ମୈତି ବୋଲି ଜଣାପଡିଛି । ସୂଚନାନୁସାରେ ଅଲିଭ୍ ରିଡଲ୍ କଇଁଛ ସୂରକ୍ଷା ନିମନ୍ତେ ସମୁଦ୍ର କୂଳରରୁ ୨୦ କିମି ପର୍ଯ୍ୟନ୍ତ ପରିସୀମାକୁ ନିଷିଦ୍ଧାଞ୍ଚଳ ଘୋଷଣା କରି ୧ ନଭେମ୍ବରରୁ ୩୧ ମେ ପର୍ଯ୍ୟନ୍ତ ମାଛ ଧରିବା ଉପରେ କଟକଣା ଲାଗୁହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    25 %
    1.6kmh
    85 %
    Sun
    26 °
    Mon
    26 °
    Tue
    26 °
    Wed
    26 °
    Thu
    26 °

    ସମ୍ବନ୍ଧିତ