Thursday, October 15, 2026
23.2 C
Odisha

    ମାଗଣା ବଣ୍ଟନକୁ ନେଇ ରିଜର୍ଭ ବ୍ୟାଙ୍କ ଚିନ୍ତିତ

    ଆଗକୁ ପଢନ୍ତୁ

    କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଅଧୀନରେ ପ୍ରଦାନ କରାଯାଉଥିବା ରିଆତି ବ୍ୟବସ୍ଥା, ମାଗଣା ବଣ୍ଟନ ବ୍ୟବସ୍ଥାକୁ ନେଇ ଚିନ୍ତାପ୍ରକଟ କରିଛି ରିଜର୍ଭ ବ୍ୟାଙ୍କ। ଏହି ବ୍ୟବସ୍ଥା ଓ ଧାରା ଅବ୍ୟାହତ ରହିଲେ ଦେଶର ଆର୍ଥିକ ଭବିଷ୍ୟତ ପ୍ରଭାବିତ ହୋଇପାରେ ଏବଂ ଦେଶ ଋଣ ଭାର ବୃଦ୍ଧି ପାଇପାରେ ବୋଲି ରିଜର୍ଭବ୍ୟାଙ୍କ ଆଶଙ୍କା କରିଛି। ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଲୋଭନ ପାଇଁ ଦିଆଯାଉଥିବା ପ୍ରତିଶ୍ରୁତି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ବିପୁଳ ଅର୍ଥର ଆବଶ୍ୟକତା ପଡ଼ୁଛି ଓ ଏହାର ଭରଣା ପାଇଁ ବିଭିନ୍ନ ସ୍ରୋତରୁ ରାଜ୍ୟ ସରକାରଗୁଡ଼ିକ ଋଣ କରୁଛନ୍ତି। ଯାହା ସମ୍ପୃକ୍ତ ରାଜ୍ୟ ଓ ପରୋକ୍ଷରେ ଦେଶ ପାଇଁ ଅହିତକର ବୋଲି ପରୋକ୍ଷରେ ସୂଚାଇ ଦେଇଛି ରିଜର୍ଭ ବ୍ୟାଙ୍କ। ମୁମ୍ବାଇଠାରେ ଅନୁଷ୍ଠିତ ବିଏଫ୍ଏସ୍ଆଇ ଶିଖର ସମ୍ମିଳନୀରେ ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କେନ୍ଦ୍ର ଓ କେତେକ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ଅଧୀନରେ ଦିଆଯାଉଥିବା ସବ୍ସିଡିକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.2 ° C
    23.2 °
    23.2 °
    96 %
    1.7kmh
    24 %
    Thu
    23 °
    Fri
    29 °
    Sat
    28 °
    Sun
    27 °
    Mon
    30 °

    ସମ୍ବନ୍ଧିତ