Tuesday, September 15, 2026
30.1 C
Odisha

    ପୁଣି ଫେରିଲା ନୂଆ କରୋନା ଭାଇରସ୍ !

    ଆଗକୁ ପଢନ୍ତୁ

    ବେଜିଂ : ଚୀନ୍‌ର ୟୁହାନସ୍ଥିତ ଏକ ପରୀକ୍ଷାଗାରରେ ବୈଜ୍ଞାନିକମାନେ କରୋନା ଭଳି ଅନୁରୂପ ଭୂତାଣୁ ଆବିଷ୍କାର କରିଛନ୍ତି। ଏହି ଭୂତାଣୁକୁ ଏଚ୍‌କେୟୁ୫-କୋଭ୍‌-୨ ଭାବେ ନାମିତ କରାଯାଇଛି। ବାଦୁଡି ଶରୀରରେ ଦେଖାଦେଉଥିବା ଏହି ଭୂତାଣୁ କରୋନା ଭଳି ମଣିଷ ଶରୀରରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମଣିଷ ଶରୀରରେ ଏହି ନୂଆ ଭୂତାଣୁ ଚିହ୍ନଟ ହୋଇନାହିଁ। ଅବଶ୍ୟ କରୋନା ଭଳି ଏହି ଭୂତାଣୁ ସହଜରେ ମଣିଷ ଶରୀରରେ ପ୍ରବେଶ କରିପାରିବ ନାହିଁ ବୋଲି ମଧ୍ୟ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ବୈଜ୍ଞାନିକମାନେ ଆଶ୍ବାସନା ଦେଇଛନ୍ତି। ଏଚ୍‌କେୟୁ୫-କୋଭ୍‌-୨ ଭୂତାଣୁ ବାଦୁଡି ଶରୀରରେ ଚିହ୍ନଟ କରାଯାଇଥିଲେ ସୁଦ୍ଧା ଏହା ମଣିଷ ଶରୀରକୁ ସଂକ୍ରମିତ ହୋଇପାରିବ କି ନାହିଁ, ସେ ସମ୍ପର୍କରେ ବୈଜ୍ଞାନିକମାନେ ସ୍ପଷ୍ଟ କରିପାରିନାହାନ୍ତି।ଅପରପକ୍ଷରେ ସେମାନେ କହିଛନ୍ତି ଯେ ପ୍ରତ୍ୟେକ କରୋନା ଭୂତାଣୁ ମଣିଷକୁ ଆକ୍ରାନ୍ତ କରିପାରିବେନି। କରୋନା ଏକ ବିଶାଳ ପ୍ରଜାତିର ଭୂତାଣୁ ହୋଇଥିବା​‌ବେଳେ କେତେକ ଭୂତାଣୁ ପ୍ରଭାବରେ ସାମାନ୍ୟ ଥଣ୍ଡା, କାଶ ହେଉଥିବାବେଳେ ଅନ୍ୟ ପ୍ରଜାତି ଯୋଗୁଁ ଶ୍ବାସନଳୀରେ ଭୟଙ୍କର ସଂକ୍ରମଣ ହୋଇଥାଏ ଯାହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    64 %
    2.3kmh
    0 %
    Tue
    30 °
    Wed
    31 °
    Thu
    30 °
    Fri
    25 °
    Sat
    31 °

    ସମ୍ବନ୍ଧିତ