Wednesday, September 9, 2026
28.8 C
Odisha

    ପୁଣି ଯୁବକଙ୍କୁ ଦଳି ଦେଲା ଦନ୍ତା

    ଆଗକୁ ପଢନ୍ତୁ

    କେନ୍ଦୁଝର :ଥମୁନି ହାତୀ ଆତଙ୍କ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ରେଭେନ୍ସାପୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ରଥ ମୁଣ୍ଡା ବୋଲି ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ରଥ ପରିସ୍ରା କରିବାକୁ ଘରୁ ବାହାରକୁ ଯାଇଥିବା ବେଳେ ହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ କିଛି ଦିନ ହେବ ନୁଣଗୋଠାଣି ଗାଁ ଜଙ୍ଗଲରୁ କିଛି ହାତୀ ପଲ ଆସି ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଆତଙ୍କ ମଚାଉଛନ୍ତି। ବାରମ୍ବାର ଏ ନେଇ ବନ ବିଭାଗକୁ ଜଣାଇଲେ ସୁଦ୍ଧା ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.8 ° C
    28.8 °
    28.8 °
    75 %
    2.1kmh
    100 %
    Wed
    31 °
    Thu
    30 °
    Fri
    28 °
    Sat
    27 °
    Sun
    28 °

    ସମ୍ବନ୍ଧିତ