Tuesday, March 10, 2026
32.7 C
Odisha

    ପୁରୀ ରେଳ ଷ୍ଟେସନ ପୁନଃନିର୍ମାଣ ବିଳମ୍ବ

    ଆଗକୁ ପଢନ୍ତୁ

     

    ୨୦୨୩ ମେ ୧୮ ତାରିଖରେ ପ୍ରଧାନମନ୍ତ୍ରୀ ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଦୁଇବର୍ଷ ମଧ୍ୟରେ ଏହି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଘୋଷଣା କରାଯାଇଥିଲା। ଏହି ଯୋଜନାରେ ପୁରୀ ରେଳ ଷ୍ଟେସନକୁ ଶୀତତାପ ନିୟନ୍ତ୍ରିତ କରିବା ସହ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ଚାରିତାଲା ବିଶିଷ୍ଟ କୋଠା ନିର୍ମାଣ କରାଯାଉଛି। ସେଥିରେ ଅତ୍ୟାଧୁନିକ ଓ ଆରାମଦାୟକ ବିଶ୍ରାମ ଗୃହ, ଯାତ୍ରୀ ପ୍ରତୀକ୍ଷାଳୟ, ଫୁଡ୍ କୋର୍ଟ, ଟିକଟ ବିକ୍ରୟ କେନ୍ଦ୍ର, ଜିନିଷ ରଖିବା ଘର, ବ୍ୟବସାୟିକ ଅଞ୍ଚଳ, ଉନ୍ନତ ପ୍ଲାଟଫର୍ମ, କର୍ମଚାରୀ ବିଶ୍ରାମ ଗୃହ, ଉନ୍ନତ ଗାଡ଼ି ପାର୍କିଂ, ଲିଫ୍ଟ, ସୁଦୃଶ୍ୟ ତୋରଣ ଆଦି ନିର୍ମାଣ କରାଯାଉଛି। ଏହାଛଡ଼ା ଏକ ଷ୍ଟେସନ – ଏକ ଉତ୍ପାଦ ବିକ୍ରୟ କେନ୍ଦ୍ର ନିର୍ମାଣ ହେଉଛି। ଏହା କାର୍ଯ୍ୟକ୍ଷମ ହେଲେ ପୁରୀବାସୀଙ୍କ ବହୁ ବର୍ଷର ଦାବି ଓ ସ୍ବପ୍ନ ସାକାର ହେବ।

    ରେଳ ଷ୍ଟେସନ ପୁନଃନିର୍ମାଣ ପାଇଁ ପୁରୁଣା କୋଠା ଭାଙ୍ଗି ଦିଆଯାଉଛି। ଷ୍ଟେସନ ପରିସରରେ ଅସ୍ଥାୟୀ ଟିକଟ ବିକ୍ରି ଗୃହ, ଜିନିଷ ରଖିବା ଘର, ରେଳବାଇ ପୁଲିସ ଥାନା ପ୍ରସ୍ତୁତ କରାଯାଇଛି। ରେଳଯାତ୍ରୀ ଟିକଟ ବିକ୍ରୟ କେନ୍ଦ୍ର ସମ୍ମୁଖ ଚଟାଣରେ ବିଶ୍ରାମ କରୁଛନ୍ତି। ଶୌଚାଳୟ ଓ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଛି। କିନ୍ତୁ ନିର୍ମାଣ କାର୍ଯ୍ୟ ଶେଷ ହେବାର ନାଁ ଧରୁନାହିଁ। ଠିକାଦାରଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିର୍ମାଣ ଅବଧି ବାରମ୍ବାର ବୃଦ୍ଧି କରାଯାଉଛି। ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି। ରେଳ ଷ୍ଟେସନ ନିର୍ମାଣ ବିଳମ୍ବ ନେଇ କେତେକ ବ୍ୟକ୍ତି ଏକ୍ସ ଯୋଗେ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଅଭିଯୋଗ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଖୋର୍ଦ୍ଧା ରେଳ ପ୍ରବନ୍ଧକଙ୍କୁ ନିର୍ଦେଶ ଦିଆଯାଇଛି। ରେଳ ଷ୍ଟେସନ ପୁନଃନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରାଯିବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.7 ° C
    32.7 °
    32.7 °
    41 %
    0.4kmh
    0 %
    Tue
    37 °
    Wed
    38 °
    Thu
    38 °
    Fri
    39 °
    Sat
    40 °

    ସମ୍ବନ୍ଧିତ