Friday, May 1, 2026
37.5 C
Odisha

    ପୋଖରୀରେ ବୁଡ଼ି ୩ ନାବାଳକଙ୍କର ପ୍ରାଣହାନି

    ଆଗକୁ ପଢନ୍ତୁ

    ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ ସିମିଳିସାହି ପଞ୍ଚାୟତ ଗୋଡ଼ିବିଡ଼ା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ପୋଖରୀରେ ବୁଡ଼ି ୩ଜଣ ନାବାଳକଙ୍କର ପ୍ରାଣହାନି ଘଟିଛି। ମୃତକ ହେଲେ ଉମାକାନ୍ତ ନାୟକ, ରିତେଶ ପ୍ରଧାନ ଓ ଶୁଭମ୍ ଖିଲାର। ଏମାନେ ସୂର୍ଯ୍ୟକାନ୍ତଙ୍କ ବାହାଘରରେ ଯୋଗ ଦେବା ଲାଗି ଆସିଥିଲେ। ଆଜି ସକାଳ ପ୍ରାୟ ୧୦ଟା ବେଳେ ଗାଁ ପାଖରେ ଥିବା ଏକ ପୋଖରୀକୁ ସାଇକେଲ୍ ଧରି ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଇବା ବେଳେ ତିନିଜଣଯାକ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ଉମାକାନ୍ତ ନାୟକ, ରିତେଶ ପ୍ରଧାନ ଓ ଶୁଭମ୍ ଖିଲାରଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37.5 ° C
    37.5 °
    37.5 °
    21 %
    0.3kmh
    60 %
    Fri
    37 °
    Sat
    42 °
    Sun
    41 °
    Mon
    39 °
    Tue
    36 °

    ସମ୍ବନ୍ଧିତ