Friday, May 1, 2026
39.9 C
Odisha

    ବଡ ଧରଣର କ୍ରୁଜ ବୋଟ ଦୁର୍ଘଟଣା: ୬ ଜଣଙ୍କ ମୃତ୍ୟୁ, ୧୪ ନିଖୋଜ

    ଆଗକୁ ପଢନ୍ତୁ

    ମଧ୍ୟପ୍ରଦେଶ  : ମଧ୍ୟପ୍ରଦେଶରେ ବଡ ଧରଣର କ୍ରୁଜ ବୋଟ ଦୁର୍ଘଟଣା । ଜବଲପୁର ସ୍ଥିତ ବରଗୀ ଡ୍ୟାମରେ ଏକ କ୍ରୁଜ ବୋଟ ବୁଡିଯିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ଜଣ ନିଖୋଜ ଅଛନ୍ତି । SDRF ଏବଂ ସ୍ଥାନୀୟ ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କୁ ସୁରକ୍ଷିତ ଭାବେ ପାଣିରୁ ଉଦ୍ଧାର କରାଯାଇଛି । କ୍ରୁଜ୍ ବୋଟରେ ପ୍ରାୟ ୩୫ରୁ ଅଧିକ ପର୍ଯ୍ୟଟକ ଥିବା ଜଣାପଡିଛି । ଅଧିକ ଯାତ୍ରୀ ଥିବାରୁ ପ୍ରବଳ ଝଡ ତୋଫାନ ଯୋଗୁଁ ଭାରସାମ୍ୟ ହରାଇ ବୋଟଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି ।

    ମଧ୍ୟପ୍ରଦେଶ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି କ୍ରୁଜ୍ ପରିଚାଳିତ ହେଉଥିଲା । ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ରାତି ହୋଇ ଯାଇଥିବାରୁ ଏବଂ ପାଣି ଅଶାନ୍ତ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.9 ° C
    39.9 °
    39.9 °
    18 %
    5.2kmh
    0 %
    Fri
    39 °
    Sat
    42 °
    Sun
    41 °
    Mon
    39 °
    Tue
    36 °

    ସମ୍ବନ୍ଧିତ