Thursday, March 5, 2026
35.6 C
Odisha

    ପୋଲିସ ପିସ୍ତରୁ ଫୁଟିଲା ଗୁଳି: ଚାଲିଗଲା ୨ ଜୀବନ

    ଆଗକୁ ପଢନ୍ତୁ

    ସୁବର୍ଣ୍ଣପୁର ଜିଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲମାଲ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଳି ମାଡ଼ରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଜଣେ ପୋଲିସ କର୍ମଚାରୀଙ୍କ ସର୍ଭିସ ପିସ୍ତରୁ ଏହି ଗୁଳି ଫୁଟିଥିବା ଜଣାପଡିଛି। ଏପରିକି ବଚସାରୁ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ପୋଲିସ ଏକ ଖୋଲା ପଡ଼ିଆରୁ ୨ଜଣଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରି ଡାକ୍ତରଖାନା ପଠାଇଛି।ସୂଚନା ଯୋଗ୍ୟ, ଉଭୟ ମୃତକ ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲମାଲ ଗ୍ରାମର ବୋଲି ଜଣାପଡିଛି। ଏପରିକି ମୃତକ ଜଣକ ପୋଲିସ କନ୍‌ଷ୍ଟେବଲ୍‌ ହୋଇଥିବା ବେଳେ ସେ ପିଏସ୍‌ଓ ଥିବା ସୂଚନା ମିଳିଛି। ମୃତକ ୨ଜଣଙ୍କ ମୁଣ୍ଡରେ ଗୁଳି ବାଜିଛି। ମୃତକ ଦୁଇଜଣ ସମ୍ପର୍କୀୟ ଭାଇ ହୋଇଥିବା ଜଣାପଡିଛି। ହେଲେ କିଏ ଓରିଛ କାହିଁକି ଏହିକାଣ୍ଡ ଘଟାଇଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ। ଅନ୍ୟପକ୍ଷେ ପୋଲିସ ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    10 %
    4.2kmh
    3 %
    Thu
    34 °
    Fri
    37 °
    Sat
    38 °
    Sun
    38 °
    Mon
    38 °

    ସମ୍ବନ୍ଧିତ