Tuesday, September 15, 2026
30.1 C
Odisha

    ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବେ ପାକିସ୍ତାନର ଏହି ମହିଳା

    ଆଗକୁ ପଢନ୍ତୁ

    ଖୁବ କମ ଲୋକ ଜାଣନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ପାକିସ୍ତାନୀ ମୂଳ ଭଉଣୀ ଅଛନ୍ତି। ପାକିସ୍ତାନର ଏହି ଭଉଣୀ ଆଜିକୁ ବର୍ଷ ବର୍ଷ ଧରି ମୋଦିଙ୍କ ହାତରେ ରାଖି ବାନ୍ଧୁଛନ୍ତି। ମୋଦିଙ୍କର ଏହି ପାକିସ୍ତାନୀ ଭଉଣୀ ତାଙ୍କୁ ରାଖି ବାନ୍ଧିବାକୁ ପ୍ରତିବର୍ଷ ପାକିସ୍ତାନରୁ ଭାରତକୁ ଆସନ୍ତି। ଆସନ୍ତୁ ଜାଣିବା ଏହି ମହିଳା ଜଣକ କିଏ? ମୋଦିଙ୍କ ଏହି ଭଉଣୀଙ୍କ ନାମ କମର ଶେଖ, ସିଏ ଅଗଷ୍ଟ ୧୮ ଅର୍ଥାତ ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବାକୁ ଯାଉଛନ୍ତି। ଏହାପରେ ରାଖି ପୂଣ୍ଣିମାରେ ସେ ମୋଦିଙ୍କୁ ରାଖି ବାନ୍ଧିବେ। ବିଶେଷ କଥା ହେଉଛି କମର ଗତ ୩୦ ବର୍ଷ ଧରି ମୋଦିଙ୍କ ହାତରେ ରାଖୀ ବାନ୍ଧୁଛନ୍ତି। କମର ଯେଉଁ ରାଖି ବାନ୍ଧନ୍ତି ତାକୁ ସେ ନିଜ ହାତରେ ସ୍ନେହରେ ତିଆରି କରନ୍ତି। ଚଳିତ ବର୍ଷ ମଧ୍ୟ ସେ ମୋଦିଙ୍କ ପାଇଁ ଏକ ସ୍ବତନ୍ତ୍ର ରାଖୀ ପ୍ରସ୍ତୁତ କରିଛନ୍ତି। କମର ଶେଖ ମୂଳତଃ ପାକିସ୍ତାନର ବାସିନ୍ଦା। ସେ ପାକିସ୍ତାନର କରାଚିରେ ରହୁଛନ୍ତି। ସେ ୧୯୮୧ରେ ଅହମ୍ମଦାବାଦ ନିବାସୀ ମୋହସିନ ଶେଖଙ୍କ ସହିତ ବିବାହ କରିଥିଲେ, ଯିଏ ଜଣେ ଚିତ୍ରକର ଅଟନ୍ତି। ସେବେଠାରୁ କମରର ଶେଖ ନିୟମିତ ଭାବେ ଭାରତରେ ରୁହନ୍ତି। ତେବେ ଏହି କାହାଣୀ ତିନି ଦଶନ୍ଧିରୁ ଅଧିକ ପୁରୁଣା। ୧୯୯୦ରେ କମର ପ୍ରଥମ ଥର ପାଇଁ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସେହି ସମୟରେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଗୁଜୁରାଟର ତତ୍କାଳୀନ ରାଜ୍ୟପାଳ ସ୍ବରୂପ ସିଂଙ୍କ ତାଙ୍କୁ ମୋଦିଙ୍କ ସହ ପରିଚିତ କରାଇଥିଲେ। ସେବେଠାରୁ, କମର ଶେଖ ପ୍ରତିବର୍ଷ ରାଖୀ ତିଆରି କରି ମୋଦିଙ୍କୁ ବାନ୍ଧିଥା’ନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    64 %
    2.3kmh
    0 %
    Tue
    30 °
    Wed
    31 °
    Thu
    30 °
    Fri
    25 °
    Sat
    31 °

    ସମ୍ବନ୍ଧିତ