Tuesday, September 29, 2026
23.1 C
Odisha

    ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ​‌ଚେତାବନୀ ଦେଲା ହାଫିଜ୍ ସଇଦର ପୁଅ ହାଫିଜ୍ ତଲା

    ଆଗକୁ ପଢନ୍ତୁ

    ଲାହୋର : ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ପାକିସ୍ତାନୀ ଆତଙ୍କବାଦୀ ହାଫିଜ୍ ସଇଦର ପୁଅ ହାଫିଜ୍ ତଲା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚେତାବନୀ ଦେଇଛି। କାଶ୍ମୀର ଏକତା ଦିବସ ଉପଲକ୍ଷେ ଲାହୋରରେ ଆୟୋଜିତ ଏକ ରାଲିରେ ତଲା କହିଛି ଯେ, କାଶ୍ମୀରକୁ ଭାରତର କବଳରୁ ମୁକ୍ତ କରାଯିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ସଇତାନ’ ବୋଲି ସମ୍ବୋଧନ କରି ସେ କହିଛି ଯେ କାଶ୍ମୀର ମୁସଲମାନଙ୍କ ଅଞ୍ଚଳ। ଆମେ କାଶ୍ମୀରକୁ ମୋଦୀଙ୍କ ହାତରୁ ଛଡାଇ ନେବୁ। ଏହା ପାକିସ୍ତାନ ଅଂଶ ହେବ। କାଶ୍ମୀରକୁ ଅକ୍ତିଆର କରିବା ସହିତ ଜେଲ୍‌ରେ ଥିବା ତା’ର ବାପାର ମୁକ୍ତି ପାଇଁ ତଲା ଦାବି କରିଛି। ତଲା କହିଛି ଯେ ଆମେରିକା ଓ ଜାତିସଂଘ ତା’ ବାପା ହାଫିଜ ସଇଦକୁ ନିନ୍ଦିତ କରିବାକୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ମାତ୍ର ଏପରି ଘୋଷଣା କୌଣସି ପ୍ରଭାବ ପକାଇପାରିବ ନାହିଁ। ହାଫିଜକୁ ତୁରନ୍ତ ଜେଲ୍‌ରୁ ମୁକ୍ତ କରିବା ଲାଗି ସେ ପାକିସ୍ତାନ ସରକାରଙ୍କୁ ଆହ୍ବାନ ଦେବା ସହିତ ଏଥିପାଇଁ ଆଇନରେ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛି।୨୦୦୮ରେ ମୁମ୍ବଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ହାଫିଜ୍ ସଇଦ ଦ୍ବାରା ପ୍ରତିଷ୍ଠିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଦ୍ବାରା କରାଯାଇଥିଲା। ପାକିସ୍ତାନ ସରକାର ଏହି ସଂଗଠନକୁ ନିଷିଦ୍ଧ କରିବା ପରେ ହାଫିଜ୍ ଏହାର ନାମ ପରିବର୍ତ୍ତନ କରି ଜମାତ୍-ଉଦ୍‌-ଦାୱା (ଜେୟୁଡି) ରଖିଛି। ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଇବା ଅଭିଯୋଗରେ ହାଫିଜ୍ ସଇଦ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଅଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.1 ° C
    23.1 °
    23.1 °
    88 %
    1.5kmh
    16 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ