Tuesday, October 14, 2025
27.2 C
Odisha

    ପ୍ରବାସୀ ଭାରତୀୟ ଦିବସ, ଖୋଲିଲା ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଆୟୋଜନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜିଠାରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିଛନ୍ତି। ଚଳିତ ମାସ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେବ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁଥିବା ପ୍ରବାସୀ ଭାରତୀୟଙ୍କ ସମେତ ସମସ୍ତ ବ୍ୟକ୍ତିବିଶେଷ, ସରକାରୀ ଅଧିକାରୀ ଓ ଗଣମାଧ୍ୟମ ସଂସ୍ଥା ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ କରି ଆବଶ୍ୟକ ତଥ୍ୟ ପାଇପାରିବେ। ଗୃହ ବିଭାଗରେ ଖୋଲାଯାଇଥିବା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଚଳିତ ଜାନୁଆରୀ ୨ରୁ ୧୧ ତାରିଖ ଯାଏଁ କାର୍ଯ୍ୟକ୍ରମ ରହିବ। ନିୟନ୍ତ୍ରଣ କକ୍ଷ ଟେଲିଫୋନ ନମ୍ବର ହେଉଛି ୦୬୭୪-୨୩୯୦୪୧୧ ଏବଂ ୦୬୭୪-୨୩୯୦୮୧୧।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.2 ° C
    27.2 °
    27.2 °
    70 %
    1.4kmh
    22 %
    Tue
    29 °
    Wed
    30 °
    Thu
    30 °
    Fri
    29 °
    Sat
    29 °

    ସମ୍ବନ୍ଧିତ