Tuesday, October 6, 2026
25.1 C
Odisha

    ପ୍ରୟାଗରାଜ ରାଜପଥରେ କାର୍-ବସ୍ ଧକ୍କା: ୧୦ ମହାକୁମ୍ଭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ୧୯ ଆହତ

    ଆଗକୁ ପଢନ୍ତୁ

    ପ୍ରୟାଗରାଜ: ମିର୍ଜାପୁର-ପ୍ରୟାଗରାଜ ରାଜପଥରେ ଏକ ବୋଲେରୋ ଓ ବସ୍ ଭିତରେ ଧକ୍କା ହେବାଫଳରେ ଛତିଶଗଡ଼ରୁ କୁମ୍ଭମେଳାରେ ଯୋଗ ଦେବାକୁ ଆସିଥିବା ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ମଧ୍ୟରାତ୍ରିରେ ଘଟିଥିବା ଏହି ଦୁର୍ଘଟଣାରେ ଅନ୍ୟ ୧୯ ଜଣ ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ଶ୍ରଦ୍ଧାଳୁମାନେ ଛତିଶଗଡ଼ର କୋରବା ଅଞ୍ଚଳର ବୋଲି ଜଣାପଡ଼ିଛି। ସଙ୍ଗମରେ ସ୍ନାନ କରିବା ପାଇଁ ସେମାନେ କୁମ୍ଭ ଅଭିମୁଖେ ଯାଉଥିଲେ। ଦୁର୍ଘଟଣା ସମୟରେ ବସ୍‌ରେ ମଧ୍ୟପ୍ରଦେଶ ରାଜଗଡ଼ର ତୀର୍ଥଯାତ୍ରୀ ମଧ୍ୟ ଥିଲେ।
    ଶବ ବ୍ୟବଚ୍ଛେଦ ପାଇଁ ମୃତକମାନଙ୍କୁ ସ୍ୱରୂପରାଣୀ ମେଡିକାଲ ହସ୍ପିଟାଲକୁ ନିଆଯାଇଛି। ଅଧିକ ତଦନ୍ତ ଜାରି ରହିଛି ବୋଲି ପ୍ରୟାଗରାଜ ଅତିରିକ୍ତ ଏସ୍‌ପି ବିବେକ ଚନ୍ଦ୍ର ଯାଦବ କହିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ବାବଦ ସମସ୍ତ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଶ୍ୱର ସର୍ବବୃହତ୍ ଆଧ୍ୟାତ୍ମିକ ସମାବେଶ ମହାକୁମ୍ଭ ଜାନୁଆରି ୧୩ ତାରିଖରୁ ଆରମ୍ଭ ହୋଇଥିଲା। ଏହା ଫେବ୍ରୁଆରି ୨୬ ତାରିଖ ମହାଶିବରାତ୍ରି ପର୍ଯ୍ୟନ୍ତ ଚାଲିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    75 %
    0.6kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ