Tuesday, December 16, 2025
12.8 C
Odisha

    ଫିଙ୍ଗି ଦେଉଛନ୍ତି କି ଅମୃତଭଣ୍ଡା ମଞ୍ଜି; ଜାଣନ୍ତୁ ସ୍ବାସ୍ଥ୍ୟ ପକ୍ଷେ ଏହାର ଉପକାରିତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଆପଣ  ଜାଣନ୍ତି ଅମୃତଭଣ୍ଡା ସ୍ବାସ୍ଥ୍ୟା ପାଇଁ ଅମୃତ ସମାନ ହେବା ସହିତ ଏହା ମଞ୍ଜି ବି ଆମ ସ୍ବାସ୍ଥ୍ୟ ପାଇଁ ଖୁବ ଉପକାରିତା। ଯାହାକୁ ଲୋକମାନେ ସାଧାରଣତଃ ଅଦରକାରୀ ଭାବି ଫିଙ୍ଗି ଦେଇଥାଆନ୍ତି।

    ବୃକକ: ବୃକକ୍ ସମ୍ବନ୍ଧୀୟ ରୋଗରେ ପୀଡିତ ଲୋକଙ୍କ ପାଇଁ ଅମୃତଭଣ୍ଡା ମଞ୍ଜି ଖାଇବା ଲାଭଦାୟକ ହୋଇଥାଏ। ଏହାର ବିହନରେ ମିଳୁଥିବା ଉପାଦାନଗୁଡ଼ିକ କିଡନିରେ ଥିବା ବିଷାକ୍ତ ପଦାର୍ଥକୁ ସଫା କରିବାରେ ସାହାଯ୍ୟ କରେ।

    କୋଷ୍ଠକାଠିନ୍ୟ: ଅମୃତଭଣ୍ଡା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ, ସେହିପରି ଏହାର ମଞ୍ଜି ଖାଇବା ମଧ୍ୟ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବାରେ ଲାଭଦାୟକ। ଏହାର ବିହନରେ ମିଳୁଥିବା ପ୍ରୋଟିଓଲାଇଟିକ୍ ଏଞ୍ଜାଇମ୍ ଅନ୍ତନଳୀରେ ଥିବା ଖରାପ ଜୀବାଣୁକୁ ଦୂର କରି ପେଟକୁ ସଫା କରି କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ।

    ମଧୁମେହ: ଅମୃତଭଣ୍ଡା ମଞ୍ଜି ଖାଇବା ଦ୍ୱାରା ମଧୁମେହ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। ମଞ୍ଜିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଫ୍ଲାଭୋନଏଡ୍ସ ଥାଏ, ଯାହା ମଧୁମେହ ନିୟନ୍ତ୍ରଣରେ ସହାୟକ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    12.8 ° C
    12.8 °
    12.8 °
    58 %
    1.2kmh
    15 %
    Tue
    28 °
    Wed
    28 °
    Thu
    27 °
    Fri
    26 °
    Sat
    27 °

    ସମ୍ବନ୍ଧିତ