Thursday, September 10, 2026
24.1 C
Odisha

    ବଜାରକୁ ଆସିବ ନୂଆ ୧୦ ଓ ୫୦୦ ଟଙ୍କିଆ ନୋଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଖୁବ ଶୀଘ୍ର ନୂଆ ଡିଜାଇନର ୧୦ ଓ ୫୦୦ ଟଙ୍କିଆ ନୋଟ୍ ଆସିବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମହାତ୍ମା ଗାନ୍ଧୀ ସିରିଜର ନୋଟରେ ପରିବର୍ତ୍ତନ କରି ନୂଆ ୧୦ ଓ ୫୦୦ ଟଙ୍କିଆ ନୋଟ୍ ଜାରି କରିବାକୁ ଘୋଷଣା କରିଛି। କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ପ୍ରଚଳନରେ ଥିବା ମୁଦ୍ରାର ନିୟମିତ ସମୀକ୍ଷାର ଏକ ଅଂଶ ଭାବରେ ଏହି ପଦକ୍ଷେପ ନିଆଯାଇଛି ଏବଂ ନୂତନ ଡିଜାଇନରେ ମହାତ୍ମା ଗାନ୍ଧୀଙ୍କ ଚିତ୍ର ରହିବ। ନୂଆ ନୋଟରେ ରିଜର୍ଭ ବ୍ୟାଙ୍କର ନବନିଯୁକ୍ତ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ରହିବ। ନୂଆ ୧୦ ଏବଂ ୫୦୦ ଟଙ୍କିଆ ନୋଟରେ ପୂର୍ବଭଳି ମହାତ୍ମା ଗାନ୍ଧୀଙ୍କ ଚିତ୍ର ସହ ଭାରତୀୟ ରିଜର୍ଭ ବ୍ୟାଙ୍କର ବର୍ତ୍ତମାନର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ରହିବ। ଆରବିଆଇ ସ୍ପଷ୍ଟ କରିଛି ଯେ ପୂର୍ବରୁ ଜାରି କରାଯାଇଥିବା ସମସ୍ତ ୧୦ ଓ ୫୦୦ ଟଙ୍କିଆ ନୋଟ୍ ବୈଧ ରହିବ। ଅର୍ଥାତ୍ ବିମୁଦ୍ରାକରଣ କିମ୍ବା ପୁରୁଣା ନୋଟ୍ ପ୍ରତ୍ୟାହାର ହେବ ନାହିଁ।

    ପୂର୍ବରୁ ଆରବିଆଇ ଗଭର୍ଣ୍ଣର ମାଲହୋତ୍ରାଙ୍କ ଦସ୍ତଖତ ଥିବା ନୂଆ ୧୦୦ ଓ ୨୦୦ ଟଙ୍କିଆ ନୋଟ୍ ପ୍ରଚଳନ ନେଇ କଳ୍ପନାଜଳ୍ପନା ଚାଲିଥିଲା। ତେବେ ଏହି ମୂଲ୍ୟର ନୋଟର ଡିଜାଇନରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଆରବିଆଇ ସ୍ପଷ୍ଟ କରିଛି। କେବଳ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣରଙ୍କ ଦସ୍ତଖତ ବଦଳିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    96 %
    1.4kmh
    100 %
    Thu
    24 °
    Fri
    27 °
    Sat
    28 °
    Sun
    29 °
    Mon
    29 °

    ସମ୍ବନ୍ଧିତ