Wednesday, February 5, 2025
23.8 C
Odisha

    ବଜେଟ ୨୦୨୪-୨୫: ପ୍ରଥମଥର ଚାକିରି କରିବାକୁ ଯାଉଥିବା ବ୍ୟକ୍ତିଙ୍କୁ ସରକାର ଦେବେ ୧ ମାସର ଦରମା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ ଉପସ୍ଥାନ କରିଛନ୍ତି ଅର୍ଥମନ୍ତ୍ରୀ । ଏହି ବଜେଟରେ ଇପିଏଫଓରେ ପଞ୍ଜୀକରଣ କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମଥର ଚାକିରି କରୁଥିବା କିମ୍ବା ପ୍ରଥମଥର ଇପିଏଫଓରେ ପଞ୍ଜୀକରଣ କରୁଥିବା କର୍ମଚାରୀଙ୍କୁ ସରକାର ୧୫ ହଜାର ଟଙ୍କା ଦେବେ। ଏହା ସେମାନଙ୍କ ଇପିଏଫଓ ଆକାଉଣ୍ଟରେ ଜମା ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରଥମଥର ଚାକିରି ଆରମ୍ଭ କରିବାକୁ ଯାଉଥିବା ଯୁବକଙ୍କୁ ୧ ମାସର ଦରମା ଆଗୁଆ ଦିଆଯିବ। ୱାର୍କଫର୍ମ ହୋମରେ ପ୍ରଥମଥର କାମ କରୁଥିବା ଯୁବପିଢ଼ିଙ୍କୁ ମଧ୍ୟ ୧ ମାସର ଦରମା ମିଳିବ। ୧ ଲକ୍ଷରୁ କମ ଦରମା ପାଉଥିବା କର୍ମଚାରୀ ଇପିଏଫଓରେ ପ୍ରଥମଥର ପାଇଁ ପଞ୍ଜୀକରଣ କଲେ, ସେମାନଙ୍କୁ ୩ଟି କିସ୍ତିରେ ୧୫ ହଜାର ଟଙ୍କାର ସହାୟତା ମିଳିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    34 %
    2.2kmh
    100 %
    Wed
    23 °
    Thu
    34 °
    Fri
    34 °
    Sat
    33 °
    Sun
    34 °

    ସମ୍ବନ୍ଧିତ