Sunday, July 13, 2025
26 C
Odisha

    ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର : ଖୋଲିଲା ଆଉ ୪ ଗେଟ୍‌

    ଆଗକୁ ପଢନ୍ତୁ

    ସମ୍ବଲପୁର: ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ବର୍ତ୍ତମାନ ହୀରାକୁଦର ୧୪ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ଉପରମୁଣ୍ଡରେ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶର ମାତ୍ରା ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଆଜି ସକାଳ ସୁଦ୍ଧା ହୀରାକୁଦର ୬ଟି ଗେଟ୍‌ ଖୋଲା ଥିବା ବେଳେ ଦୁଇଟି ପର୍ଯ୍ୟାୟରେ ପୁଣି ୮ଟି ଗେଟ୍‌ ଖୋଲାଯାଇ ସାରିଛି। ଯାହା ଫଳରେ ବର୍ତ୍ତମାନ ମୋଟ ୧୪ଟି ଗେଟ୍‌ ଦେଇ ନିଷ୍କାସନ କରାଯାଉଛି। ସେପଟେ ରାଜ୍ୟରେ ଏବେ ସୁଦ୍ଧା ବନ୍ୟା ସ୍ଥିତି ଉପୁଜିନଥିବା କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ବନ୍ୟା ସ୍ଥିତି ଉପୁଜିନି,ନଦୀ ଗୁଡ଼ିକ ବିପଦ ସଂକେତ ତଳେ ପ୍ରବାହିତ ହେଉଛି,କୌଣସି ସ୍ଥାନରେ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇନାହିଁ। କେବଳ ମାଲକାନଗିରିରେ ଅତ୍ୟଧିକ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଛି,ଆଜି ସକାଳ ସୁଦ୍ଧା ବୈତରଣୀ,ବୁଢ଼ାବଳଙ୍ଗ ଅପ୍ ଟ୍ରେଣ୍ଡ ରେ ପାଣି ପ୍ରବାହିତ ହେଉଛି,ହେଲେ ବିପଦ ସଂକେତ ତଳେ ରହିଛି। ଏବେ ଖୁବ୍ କମ୍ ବନ୍ୟାଜଳ ମହାନଦୀରେ ବୋହୁଛି,ଯଦି ପରବର୍ତ୍ତୀ ସମୟରେ ବର୍ଷ ପରିମାଣ ବଢିବ ସେଥିପାଇଁ ଆମେ ସମ୍ପୂର୍ଣ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26 ° C
    26 °
    26 °
    83 %
    1.7kmh
    73 %
    Sat
    26 °
    Sun
    32 °
    Mon
    26 °
    Tue
    31 °
    Wed
    33 °

    ସମ୍ବନ୍ଧିତ