Tuesday, September 29, 2026
28.1 C
Odisha

    ବର୍ଷେ ଭିତରେ ନିପାତ ହେବ ନକ୍ସଲବାଦ: ଶାହ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଗାମୀ ୧ ବର୍ଷ ଭିତରେ ସାରା ଦେଶରୁ ବାମପନ୍ଥୀ ଉଗ୍ରବାଦ ବା ନକ୍ସଲବାଦ ନିପାତ ହେବ। କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଶୁକ୍ରବାର ରାଜ୍ୟସଭାରେ ଏହା କହିଛନ୍ତି। ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଦେଶରୁ ନକ୍ସଲବାଦର ମୂଳୋତ୍ପାଟନ କରାଯିବ ବୋଲି ଶାହ କହିଛନ୍ତି।ରାଜ୍ୟସଭାରେ ଶାହ କହିଛନ୍ତି, ଆତଙ୍କବାଦ କ୍ଷେତ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କର ଶୂନ୍ୟ ସହନଶୀଳତା ରହିଛି। ପୂର୍ବ ସରକାର ଆତଙ୍କବାଦ ପ୍ରତି ନରମ ମନୋଭାବ ରଖୁଥିଲା ବୋଲି ଶାହ କହିବା ସହିତ କଡ଼ା ସମାଲୋଚନା କରିଥିଲେ। ମୋଦୀ ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ସମ୍ବିଧାନ ନିର୍ମାତାଙ୍କ ‘ଏକ ସମ୍ବିଧାନ, ଏକ ପତାକା’ ସ୍ଵପ୍ନ ପୂରଣ କରିଛନ୍ତି। କାଶ୍ମୀରରେ ବର୍ତ୍ତମାନ ସନ୍ଧ୍ୟା ସମୟରେ ନିନେମା ହଲ ଖୋଲା ରହୁଛି। ଜି-୨୦ ସମ୍ମିଳନୀ ହୋଇଛି। ମହରମ ଶୋଭାଯାତ୍ରା ବି ହୋଇଛି ବୋଲି ଶାହ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    70 %
    1.9kmh
    54 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ