Wednesday, March 25, 2026
36.9 C
Odisha

    ବସ୍-କାର୍‌ ଧକ୍କା, ଦୁଇ ମୃତ

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା : ବୋଲଗଡ ବ୍ଲକ ୫୭ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାର୍-ବସ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥି​‌ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। କାରରେ ସ୍ଵାମୀ ଏବଂ ସ୍ତ୍ରୀ ନୟାଗଡ ପଟୁ ଆସୁଥିବାବେଳେ ବିଶାକା ନାମକ ଏକ ଯାତ୍ରୀବାହୀ ବସ୍ କାର୍‌ ଟିକୁ ଧକ୍କା ଦେଇଥିଲା। ସକାଳ ପ୍ରାୟ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଛି। କୁହୁଡି ପଡିଥିବା କାରଣରୁ ଏଭଳି ଅଘଟଣ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଜଣାପଡିନାହିଁ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ନଥିବାରୁ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    36.9 ° C
    36.9 °
    36.9 °
    19 %
    3.6kmh
    13 %
    Wed
    37 °
    Thu
    38 °
    Fri
    40 °
    Sat
    39 °
    Sun
    41 °

    ସମ୍ବନ୍ଧିତ