Monday, September 21, 2026
23.5 C
Odisha

    ବାଂଲାଦେଶକୁ ଚାଲାଣ ହେଉଛି ପଶ୍ଚିମବଙ୍ଗ ଆଳୁ, ବିଜେପିକୁ ଦୋଷ ଦେଲେ ମମତା

    ଆଗକୁ ପଢନ୍ତୁ

    ଅତ୍ୟାବଶ୍ୟକ ସାମଗ୍ରୀ ଦାମ ଥରେ ବଢ଼ିଲା ପରେ ଆଉ ଖସିବାର ନାଁ ଧରୁନି। ଏହାର ସବୁଠାରୁ ଗୁରୁତର ପ୍ରଭାବ ପନିପରିବା ଉପରେ ଦେଖିବାକୁ ମିଳୁଛି। ଏହାସହିତ ଆଳୁ, ପିଆଜ ଦର ମଧ୍ୟ କଲବଲ କଲାଣି। ବଜାରରେ ଏହିସବୁ ସାମଗ୍ରୀ ବିପୁଳ ପରିମାଣରେ ଉପଲବ୍ଧ ହେଉଥିଲେ ମଧ୍ୟ ଯୋଗାଣ ସଙ୍କଟ ଦେଖାଇ ଖାଉଟିଙ୍କ ଠାରୁ ଲୁଟୁଛନ୍ତି ବେପାରୀ। ଏଭଳି ପରିସ୍ଥିତିରେ ଆଳୁକୁ ନେଇ ପଶ୍ଚିମ ବଙ୍ଗରୁ ଆସୁଥିବା ଖବର ବିସ୍ମୟ ସୃଷ୍ଟି କରିଛି।

    ଦେଶରେ ଆଳୁ ଉତ୍ପାଦନରେ ଉତ୍ତର ପ୍ରଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ପଶ୍ଚିମ ବଙ୍ଗ ଦ୍ବିତୀୟ ସ୍ଥାନରେ ରହିଛି। ତେବେ ପଶ୍ଚିମ ବଙ୍ଗ ଆଳୁର ଚାହିଦା ପଡ଼ୋଶୀ ରାଜ୍ୟ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଏବଂ ଛତିଗଡ଼ରେ ସର୍ବାଧିକ ରହିଛି। ବିଶେଷ କରି ଓଡ଼ିଶା ଏବଂ ଝାଡ଼ଖଣ୍ଡ ପଶ୍ଚିମ ବଙ୍ଗ ଉପରେ ସବୁଠାରୁ ବେଶି ନିର୍ଭର କରୁଛନ୍ତି। ଗତ କିଛି ଦିନ ହେବ ପଶ୍ଚିମ ବଙ୍ଗ ସରକାର ବାହାର ରାଜ୍ୟକୁ ଆଳୁ ଯୋଗାଣ ଉପରେ କଟକଣା ଜାରି କରିଥିବାରୁ ଓଡ଼ିଶା ଓ ଝାଡ଼ଖଣ୍ଡରେ ଗୁରୁତର ସଙ୍କଟ ସୃଷ୍ଟି ହୋଇଛି। ଦୁଇ ରାଜ୍ୟ ମମତା ବାନାର୍ଜୀଙ୍କ ସରକାରଙ୍କ ସହ ଆଲୋଚନା କରୁଥିଲେ ମଧ୍ୟ କିଛି ଫଳ ମିଳୁନାହିଁ।
    ପଶ୍ଚିମ ବଙ୍ଗ ସରକାର କହୁଛନ୍ତି ଯେ ଆଗାମୀ ଦୁଇ ମାସରେ ରାଜ୍ୟରେ ଆଳୁ ସଙ୍କଟର ଆଶଙ୍କା ଥିବାରୁ ରାଜ୍ୟବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହାକୁ ଗଚ୍ଛିତ ରଖାଯାଇଛି। କିନ୍ତୁ ସେଠାର ବ୍ୟବସାୟୀ ସଂଘ ମମତା ସରକାରଙ୍କ ଯୁକ୍ତିକୁ ବିରୋଧ କରୁଛି। ସଂଘ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଅଳୁ ରହିଛି। ଆଗାମୀ ତିନି ମାସ ପର୍ଯ୍ୟନ୍ତ କୌଣସି ଅସୁବିଧା ହେବନାହିଁ। ତେଣୁ ସେମାନଙ୍କୁ ବାହାର ରାଜ୍ୟକୁ ଆଳୁ ଯୋଗାଣ ପାଇଁ ଅନୁମତି ଦିଆଯାଉ। ଏଥିପାଇଁ ସେମାନେ ଧର୍ମଘଟ ମଧ୍ୟ କରିଥିଲେ। ତେବେ ସରକାରଙ୍କ ଆଶ୍ବାସନା ପରେ ଓହରିଯାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    96 %
    0.5kmh
    93 %
    Mon
    28 °
    Tue
    28 °
    Wed
    28 °
    Thu
    23 °
    Fri
    23 °

    ସମ୍ବନ୍ଧିତ