Thursday, April 16, 2026
42.9 C
Odisha

    ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନର ବୈଠକ ଓ କର୍ମକର୍ତ୍ତା ଚୟନ

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନର ଏକ ସାଧାରଣ ବୈଠକ ଓ କର୍ମକର୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ଦୁଷ୍ମନ୍ତ କୁମାର ବସା ଉପଜିଲ୍ଲାପାଳ ତଥା ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନର ସଭାପତି ସୌମ୍ୟରଂଜନ ପ୍ରଧାନଙ୍କୁ ସଭାପତିତ୍ୱ କରିବା ପାଇଁ ଅନୁରୋଧ କରିଥିଲେ।

    ଏହି ଅବସରରେ ଅନୁଷ୍ଠାନର କାର୍ଯ୍ଯକାରୀ କମିଟୀର କାର୍ଯ୍ୟ ଅବଧି ସମାପ୍ତ ହେତୁ ନୂତନ କମିଟି ମଧ୍ୟ ଗଠନ କରାଗଲା। ସଭ୍ୟ ଅଧ୍ଯାପକ ବିଜୟ କୁମାର ରାମଙ୍କ ସୁଚିନ୍ତିତ ମତାମତରେ ଅୁନୁଷ୍ଠାନର ସମ୍ବିଧାନକୁ ସଂଶୋଧନ ପୂର୍ବକ ଦୁଇ ଜଣ ଉପସଭାପତିଙ୍କୁ ମନୋନୀତ କରାଯିବାର ପ୍ରସ୍ତାବ ରଖି କାର୍ଯ୍ଯକାରୀ କରାଗଲା। ନୂତନ କାର୍ଯ୍ଯକାରୀ କମିଟିରେ ସଭାପତି ଭାବେ ଉପଜିଲ୍ଲାପାଳ ସୌମ୍ୟରଂଜନ ପ୍ରଧାନ, ଉପସଭାପତି ଭାବେ ଦ୍ବାରିକାନାଥ ମହାନ୍ତ ଓ ବିଭୂତି ଭୂଷଣ ମହାନ୍ତ, ସମ୍ପାଦକ ଭାବେ ଦୁଷ୍ମନ୍ତ କୁମାର ବସା ଯୁଗ୍ମ ସମ୍ପାଦକ ଭାବେ ଜୀବନ କୁମାର ପାତ୍ର ଓ  ସ୍ରୁଷ୍ଟିଧର ମହାନ୍ତ, କୋଷାଧ୍ୟକ୍ଷ ଭାବେ ପୂର୍ଣଚନ୍ଦ୍ର ମହାନ୍ତ, କାର୍ଯ୍ଯକାରୀ ସଭ୍ଯ ଭାବେ ସୁଶେନ ଚନ୍ଦ୍ର ମହାନ୍ତ, କାର୍ଯ୍ଯାଳୟ ସହାୟକ ଭାବେ ରାଇରଙ୍ଗପୁର ବ୍ଲକ ଭାଗବତ ମାଝୀ, ଛଉ ନୃତ୍ୟ ଶିଳ୍ପୀ ରାଜକପୁର ମହାନ୍ତ, ରାଇରଙ୍ଗପୁର ଛଉ ବାଦ୍ଯ ଶିଳ୍ପୀ କାହ୍ନାଇ ବାନ୍ଦ୍ରା, ବହଳଦା ବ୍ଲକ ରଜନୀକାନ୍ତ ବେହେରା, ବିଜାତଳା ବ୍ଲକର ଛତିଶ ଚନ୍ଦ୍ର ମହାନ୍ତ, ଉଦ୍ଯୋକ୍ତା ଭାବେ ବିଜାତଳା ବ୍ଲକକାଳିଚରଣ ମହାନ୍ତ – ଉଦ୍ଯୋକ୍ତା, ରାଇରଙ୍ଗପୁର ମୁନିସିପାଲିଟିର କାପୁରା ସି, ତିରିଂ ବ୍ଲକ ଧିରେନ୍ଦ୍ରନାଥ ମହାନ୍ତ, ଏବଂ କୁସୁମୀ ବ୍ଲକର କିଶୋର ବେହେରା, ଜାମଦା ବ୍ଲକର, ବେନ୍ଜାମିନ୍ ମହାନ୍ତ, ବିଶୋଇ ବ୍ଲକର,   ବହଳଦା ବ୍ଲକର ଉଦ୍ଯୋକ୍ତା ଅରୂପ କୁମାର ମହାନ୍ତ ପ୍ରମୁଖ ତାଙ୍କ ସଂକ୍ଷିପ୍ତ ଭାଷଣରେ ସମସ୍ତ କର୍ମକର୍ତ୍ତା ତଥା ଉପସ୍ଥିତ ସଭ୍ଯ ମାନଙ୍କୁ ଅଭିନନ୍ଦନ ଜଣାଇ ଛଉ କଳାର ବିଶିଷ୍ଟତା ବିଷୟରେ ଉଲ୍ଲେଖ କରି ମୟୁରଭଞ୍ଜ ଆନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟତା ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ।

    ଚଳିତବର୍ଷ ଛଉ ନ୍ରୁତ୍ଯ ପ୍ରତିଯୋଗିତା ତଥା ବାର୍ଷିକ ଉତ୍ସବ ପ୍ରତି ବର୍ଷ ଭଳି ଏପ୍ରିଲ ୨ ରୁ ୪ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେବ। ଶେଷରେ ଅନୁଷ୍ଠାନର ଉପ ସଭାପତି ବିଭୂତି ଭୂଷଣ ମହାନ୍ତ ଧନ୍ୟବାଦ୍ ଅର୍ପଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.9 ° C
    42.9 °
    42.9 °
    9 %
    3.5kmh
    3 %
    Thu
    41 °
    Fri
    43 °
    Sat
    43 °
    Sun
    44 °
    Mon
    44 °

    ସମ୍ବନ୍ଧିତ