Sunday, June 15, 2025
35.8 C
Odisha

ବାଲେଶ୍ବର ପୋଲିସର ବ୍ଳକିଂ ଚେକିଂ ଜୋରଦାର, ୧୦ଟି ସ୍ଥାନରେ ଚେକ୍ ପୋଷ୍ଟ କରି ଚାଲିଛି ଯାଞ୍ଚ

ଆଗକୁ ପଢନ୍ତୁ

ବାଲେଶ୍ବର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ହାଇ ଆଲର୍ଟ । ବିଭିନ୍ନ ସଂବେଦନଶୀଳ ଅଞ୍ଚଳରେ ଚାଲିଛି ଚେକିଂ ବ୍ଳକିଂ । ଗୁଇନ୍ଦା ବିଭାଗର ଆଲର୍ଟ ପରେ ବାଲେଶ୍ବର ପୋଲିସ ପକ୍ଷରୁ ୧୦ ଟି ସ୍ଥାନରେ ଚେକିଂ ପଏଣ୍ଟ କରା ଯାଇଛି । ବାଲେଶ୍ବରର ରାଜ୍ଯ ସୀମା ଏବଂ ଜିଲ୍ଲା ସୀମା ମଧ୍ଯରେ ୧୦ଟି ଚେକ୍ ପୋଷ୍ଟ କରାଯାଇଛି । ସଦିଗ୍ଧଙ୍କ ଉପରେ ନଜର ରଖାଯାଇଛି । ବିଶେଷ କରି ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଏବଂ ଭୋଗରାଇ ସୀମାନ୍ତ ଉଦୟପୁରରେ କଡାକଡି ଚେକିଂ କରା ଯାଉଛି ।

ପଶ୍ଚିମବଙ୍ଗକୁ ଯାତାୟତା କରୁଥିବା ସମସ୍ତ ଗାଡିକୁ ତନ୍ନ ତନ୍ନ ଯାଞ୍ଚ କରାଯାଉଛି । ସେହିପରି ଜିଲ୍ଲାର ସମସ୍ତ ମେରାଇନ ଥାନା ଉପରେ ବିଶେଷ ଫୋକସ ରହିଛି । ତଟବର୍ତ୍ତୀ ଅଞ୍ଚଳର ବେଆଇନ କାର୍ଯ୍ଯକଳାପ ଓ ସାମୁଦ୍ରିକ ବୋଟ୍ ଉପରେ ନଜର ରଖିଛି ପୋଲିସ । କଷାଫଳ ଏବଂ ତାଳସାରୀ ମେରାଇନ ଥାନା ପକ୍ଷରୁ ଜଳପଥରେ ପାଟ୍ରୋଲିଂ କରାଯାଉଛି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
broken clouds
35.8 ° C
35.8 °
35.8 °
43 %
2.4kmh
51 %
Sun
37 °
Mon
26 °
Tue
26 °
Wed
26 °
Thu
28 °

ସମ୍ବନ୍ଧିତ