Thursday, February 12, 2026
31.4 C
Odisha

    ବିଜେଡିରେ ସାମିଲ ହେଲେ ଦଶପଲ୍ଲା ଏନଏସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ

    ଆଗକୁ ପଢନ୍ତୁ

    ବିଜୁ ଜନତା ଦଳରେ ସାମିଲ ହେଲେ ଦଶପଲ୍ଲା ଏନଏସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ । ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀଙ୍କ ଉପସ୍ଥିତିରେ ପୁନମ ବିଜୁଜନତା ଦଳରେ ଯୋଗ ଦେବା ସହ ଏକାଧିକ ସମର୍ଥକ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର ପୁନମଙ୍କୁ ଦଳକୁ ସ୍ୱାଗତ କରିଥିଲେ । ପୁନମ ପ୍ରିୟଦର୍ଶିନୀ ଦଳରେ ସାମିଲ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଏବଂ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର , ବିଧାୟକ ଅରୁଣ ସାହୁଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ନେତୃତ୍ୱ ପ୍ରତି ଆକର୍ଷିତ ହୋଇ ବିଜେଡିରେ ପୁନମ ପ୍ରିୟଦର୍ଶୀ ଯୋଗ ଦେଇଛନ୍ତି। ସେ ସ୍ବାଧୀନ ଭାବରେ ଦଶପଲ୍ଲା ଏନ୍ ଏ ସି ର ଚେୟାରମେନ୍ ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରୁଥିଲେ । ସମସ୍ତଙ୍କ ସହଯୋଗରେ ଦଶପଲ୍ଲାର ବିକାଶ ହେବ ବୋଲି ସେ କହିଛନ୍ତି। ଦିନକୁ ଦିନ ବିଜୁଜନତା ଦଳ ଶକ୍ତିଶାଳୀ ହେଉଛି । ଆଗକୁ ଏ‌ହି ଧାରା ଜାରି ରହିବ ବୋଲି ଅରୁଣ କୁମାର ସାହୁ ଦମ୍ଭୋକ୍ତି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.4 ° C
    31.4 °
    31.4 °
    17 %
    2.3kmh
    0 %
    Thu
    30 °
    Fri
    32 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ