Tuesday, September 29, 2026
23.2 C
Odisha

    ଲାଞ୍ଚ ମାମଲାରେ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡ

    ଆଗକୁ ପଢନ୍ତୁ

    ଜୟପୁର: ଅବସରପ୍ରାପ୍ତ ଜଣେ ଶିକ୍ଷକଙ୍କ ସର୍ଭିସବୁକ୍ ଓ ୫୦ପ୍ରତିଶତ ଏରିୟର ଦରମା କାଗଜପତ୍ର କରାଇବା ପାଇଁ  ଲାଂଚ ନେବା ମାମଲାର ବିଚାର  କରିଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା। ଅଭିଯୁକ୍ତ ଥିବା ତତ୍କାଳୀନ ଗୁଣୁପୁର ବିଇଓ ଅର୍ନ୍ତଯାମୀ ବେହେରାଙ୍କୁ ତିନି ବର୍ଷ ସଶ୍ରମ କାରା ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ  ହେଲେ ଆଉ ୩ ମାସ ସଶ୍ରମ କାରାଦଣ୍ଡ ନିମନ୍ତେ ରାୟରେ ଉଲ୍ଲେଖ କରିଛନ୍ତି।

    ସୂଚନା ଅନୁଯାୟୀ, ଶିକ୍ଷକ ଭାବେ ପ୍ରଭାତ କୁମାର ମହାପାତ୍ର ଚାକିରୀ କରି ଗତ ୨୦୨୧ମସିହା ଅଗଷ୍ଟ ୩୧ତାରିଖ ଦିନ ଅବସର ନେଇଥିଲେ। ତା‌ଙ୍କ ସହ ଅନ୍ୟ ୨୮ଜଣ ଶିକ୍ଷକ ଏଭଳି ୨୯ଜଣ ଶିକ୍ଷକ ଅବସର ନେଇଥିଲେ। ଅବସରକାଳୀନ ଭତ୍ତା ଆଦି କିଛି ପାଇନଥିଲେ। ସର୍ଭିସବୁକ୍ ଓ ୫୦ପ୍ରତିଶତ ଏରିୟର ଦରମା କାଗଜପତ୍ର କରାଇବା ପାଇଁ ଶ୍ରୀ ମହାପାତ୍ରଙ୍କୁ ତତ୍କାଳୀନ ଗୁଣୁପୁର ବିଇଓ ଗୁଣୁପୁର ବିଇଓ ଅର୍ନ୍ତଯାମୀ ବେହେରାଙ୍କୁ ବୁଲାଇଥିଲେ। ସର୍ଭିସବକ୍ ଅଫଟୁଡେଟ୍ ଓ ଅନ୍ୟାନ୍ୟ କାଗଜପତ୍ର ଭୁବନେଶ୍ବର କଣ୍ଟ୍ରୋଲର ଅଫ ଆକାଉଣ୍ଟସରେ କରାଯିବା ପାଇଁ ମାର୍ଚ୍ଚ ୨୦୨୨ରେ ୧୦ହଜାର ଟଙ୍କା ତତ୍କାଳୀନ ବିଇଓ ଲାଂଚ ମାଗିଥିଲେ।

    ଏ ନେଇ ଶ୍ରୀ ମହାପାତ୍ର ଜୟପୁର ଭିଜିଲାନସ୍ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନସ୍ ପକ୍ଷରୁ ରଂଗବୋଲା ଟଙ୍କା ଶ୍ରୀ ମହାପାତ୍ରଙ୍କୁ ଦିଆଯାଇଥିଲା। ମାର୍ଚ୍ଚ ୨ତାରିଖ ତାରିଖ ଦିନ ଏହି ରଂଗ ବୋଲା ଟଙ୍କା ବିଇଓ ଶ୍ରୀ ବେହେରା ଶ୍ରୀ ମହାପାତ୍ରଙ୍କ ଠାରୁ ଏହି ଟଙ୍କା ନେଇଥିଲେ। ପୂର୍ବରୁ ଛପି ରହିଥିବା ଭିଜିଲାନସ ବିଭାଗର ଅଧିକାରୀ ଅଚାନକ ଚଢ଼ାଉ କରି ତତ୍କାଳୀନ ବିଇଓ ଶ୍ରୀ ବେହେରାଙ୍କ ଠାରୁ ରଂଗବୋଲା ଟଙ୍କା ଉଦ୍ଧାର କରିଥିଲେ। ଏହା ସହ ତାଙ୍କ ହାତ ଧୋଇବାରେ ହାତରୁ ରଂଗ ବାହାରିଥିଲା।  ଭିଜିଲାନସ୍ ଶ୍ରୀ ବେହେରାଙ୍କ ନାଁରେ  ଦଫା ୭ପିସି ଆକ୍ଟରେ ଗିରଫ କରି  କୋର୍ଟକୁ ଚାଳାଣ କରାଯାଇଥିଲା। ଏହି ମାମଲାର ବିଚାର ଆଜି କରି ତତ୍କାଳୀନ ବିଇଓ ଶ୍ରୀ ବେହେରାଙ୍କୁ ତିନି ବର୍ଷ ସଶ୍ରମ କାରା ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ  ହେଲେ ଆଉ ୩ମାସ ସଶ୍ରମ କାରାଦଣ୍ଡ ରହିବାକୁ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଶଶିଧର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

     

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ