Saturday, October 3, 2026
23 C
Odisha

    ବେକକୁ ଧରି ୫୦ ଫୁଟ୍ ପର୍ଯ୍ୟନ୍ତ ଟାଣିନେଲା ବାଘ, ଘଟଣା ସ୍ଥଳରେ ଚାଷୀଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର : ମହାରାଷ୍ଟ୍ରର ନାଗପୁରର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି କି ଜଣେ ଚାଷୀ ନିଜ କ୍ଷେତକୁ ଯାଉଥିବା ବେଳେ, ବାଘ ତାଙ୍କୁ ଶିକାର କରି ନେଇଛି। କେବଳ ସେତିକି ନୁହେଁ ଚାଷୀ ଜଣଙ୍କର ବେକକୁ ଧରି ପାଖାପାଖି ୫୦ଫୁଟ ପର୍ଯ୍ୟନ୍ତ ଟାଣିନେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଛଟପଟ ହୋଇ ଆଖି ବୁଜି ଦେଇଛନ୍ତି ବୃଦ୍ଧ ଚାଷୀ ଜଣଙ୍କ। ଏହା ବାଘ ଆକ୍ରମଣର ପ୍ରଥମ ମୃତ୍ୟୁ ନୁହେଁ। ପୂର୍ବରୁ ମଧ୍ୟ ଏହି ବର୍ଷ ନାଗପୁରରରେ ଆଉ ଜଣଙ୍କ ଜୀବନ ନେଇଥିଲା ବାଘ। ତେବେ ଏହାକୁ ମିଶାଇ ମାହାରାଷ୍ଟ୍ରର ନାଗପୁରରେ ବାଘ ଆକ୍ରମଣରେ ଏହା ଦ୍ୱିତୀୟ ମୃତ୍ୟୁ।

    ଶୁକ୍ରବାର ଦିନ ମଧ୍ୟାହ୍ନ ସମୟରେ ପରସେବନି ତହସିଲର କୋନ୍ଧସାଝାମ୍ପିନେଲାବଲୀ ଗାଁ ନିକଟରେ ଏହି ଘଟଣା ଘଟିଥିଲା। ଯେତେବେଳେ ନାଗପୁରର ଚାଷୀ ଦଶରଥ ଧୋଟେ ଗାଈ ବାଛୁରୀ ଚରେଇବା ପାଇଁ କ୍ଷେତକୁ ଯାଉଥିଲେ। ବାଘ ତାଙ୍କ ଉପରକୁ ଆକ୍ରମଣ କରିଥିଲା।ପୂର୍ବରୁ ବୁଦା ଭିତରେ ଛକି ରହିଥିବା ବାଘଟି ଦଶରଥଙ୍କୁ ସେହି ବାଟ ଦେଇ ଯାଉଥିବାର ଦେଖି ତାଙ୍କ ଉପରକୁ ଝାମ୍ପ ମାରିଥିଲା। ଆଉ ଘୋଷାଡ଼ି ଘୋଷାଡି ଜଙ୍ଗଲ ଭିତରକୁ ନେଇଯାଇଥିଲା। ଯେତେବେଳେ ବାଘଟି ଦଶରଥଙ୍କ ଉପରକୁ ଡିଆଁ ମାରିଥିଲା। ସେତେବେଳେ ସେ ପ୍ରାଣ ବିକଳରେ ଜୋରେ ଚିଲାଇବା ଆରମ୍ଭ କରିଥିଲେ। ହେଲେ ବାଘଟି ସଙ୍ଗେ ସଙ୍ଗେ ଚାଷୀ ଜଣଙ୍କର ବେକକୁ ଧରି ପ୍ରାୟ ୫୦ ଫୁଟ ପର୍ଯ୍ୟନ୍ତ ଟାଣି ନେଇଥିଲା। ପରେ ଦଶରଥଙ୍କ ପାଟି ଶୁଣି ସଙ୍ଗେ ସଙ୍ଗେ ତାଙ୍କ ପୁଅ ଓ ଗାଁ ଲୋକେ ଉଦ୍ଧାର କରକିବାକୁ ଦୌଡି ଆସିଥିଲେ। ଗ୍ରାମବାସୀଙ୍କ ହୋ ହାଲ୍ଲା ଶୁଣି ବାଘଟି ଜଙ୍ଗଲ ଭିତରକୁ ପଳାଇଥିଲା। ହେଲେ ସେତେବେଳକୁ ଦଶରଥଙ୍କର ମୃତ୍ୟୁ ହୋଇସାରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23 ° C
    23 °
    23 °
    86 %
    1.4kmh
    58 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ