Sunday, April 12, 2026
39 C
Odisha

    ବୈଷୟିକ ଶିକ୍ଷାନୁଷ୍ଠାନ ଅଧ୍ୟାପକଙ୍କ ପଦୋନ୍ନତି ପାଇଁ ଏଆଇସିଟିଇ ନିୟମ ଅନୁସାରେ ନିଆଯାଉ ପଦକ୍ଷେପ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ବୈଷୟିକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଅଧ୍ୟାପକମାନଙ୍କ ଦୀର୍ଘ ବର୍ଷ ହେଲା ପଦୋନ୍ନତି ହୋଇନାହିଁ। ଏଆଇସିଟିଇ ନିୟମ ଅନୁସାରେ ପ୍ରତି ୫ ବର୍ଷରେ ପଦୋନ୍ନତି ପାଇଁ ନିୟମ ରହିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ। ଫଳରେ ବୈଷୟିକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଅନେକ ଅଧ୍ୟାପକମାନେ ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଛନ୍ତି। ତେଣୁ ରାଜ୍ୟ ସରକାର ଏଆଇସିଟିଇ ନିୟମାନୁସାରେ ପଦୋନ୍ନତି ଦେବା ପାଇଁ ପଦକ୍ଷେପ ନେବାକୁ ଅନେକ ଅଧ୍ୟାପକ ଦାବି କରିଛନ୍ତି।

    ରାଜ୍ୟରେ ଥିବା ବୈଷୟିକ ଅନୁଷ୍ଠାନ ଗୁଡିକରେ ଥିବା ଅଧ୍ୟାପକମାନଙ୍କ ପାଇଁ ସର୍ବଭାରତୀୟ ସ୍ତରରେ ଥିବା ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ଗୋଟିଏ ସ୍ତରରୁ ଅନ୍ୟ ସ୍ତରକୁ ଯିବା ପାଇଁ ନିୟମ କରିଛନ୍ତି। କିନ୍ତୁ କିଛି ସ୍ୱାର୍ଥପର ଲୋକ ଯେଉଁମାନେ ବିଭିନ୍ନ ସମୟରେ ନିଜର କାମ କରି ସାରିଛନ୍ତି,ସେମାନେ ଅନ୍ୟମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। ଏଆଇସିଟିଇର ୨୦୧୨ ନିୟମ ଅନୁସାରେ ଜଣେ ଅଧ୍ୟାପକ ନିଯୁକ୍ତି ପାଇବାର ୫ ବର୍ଷ ପରେ ୬୦୦୦ ରୁ ୭୦୦୦ ଗ୍ରେଡ୍ ପେ’କୁ ଯିବେ। ସେହିପରି ୧୦ ବର୍ଷ ପରେ ୭୦୦୦ ରୁ ୮୦୦୦ ଏବଂ ୧୫ ବର୍ଷ ପରେ ୮୦୦୦ ରୁ ୯୦୦୦ ଗ୍ରେଡ ପେ’କୁ ଯିବେ। ଏହି ଅନୁସାରେ ରାଜ୍ୟରେ ଥିବା ବୈଷୟିକ ଅନୁଷ୍ଠାନ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ଵବିଦ୍ୟାଳୟ (ଓୟୁଟିଆର)ର ୪ଜଣ ଅଧ୍ୟାପକ ବର୍ତ୍ତମାନ ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି। ସେହିପରି ଆଇଜିଆଇଟି, ସାରଙ୍ଗ, ପିଏମଇସି ଏବଂ ଭିସୁଟରେ ଅନେକ ଅଧ୍ୟାପକରୁ ପ୍ରାଧ୍ୟାପକ ହୋଇଛନ୍ତି।

    କିନ୍ତୁ ପରିତାପର ବିଷୟ କିଛି ପ୍ରାଧ୍ୟାପକ ଅନ୍ୟମାନଙ୍କୁ ହଇରାଣ କରିବା ପାଇଁ ସରକାରଙ୍କୁ ବିଭ୍ରାନ୍ତି କାର ତଥ୍ୟ ଦେଉଛନ୍ତି। ସେହିମାନଙ୍କ ମଧ୍ୟରେ ଜଣେ ପ୍ରାଧ୍ୟାପକ କିଛିଦିନ ବାହାରକୁ ଚାଲିଯାଇଥିଲେ, ସେଠାରୁ ଫେରିବା ପରେ ଏକ ବଡ଼ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ସେହିପରି ଅନ୍ୟଜଣେ କିଛି ବର୍ଷ କୁଳପତି ଭାବେ କାମ କରିବା ପରେ ଏକ ବେସରକାରୀ ବିଶ୍ବିବିଦ୍ୟାଳୟରେ ଯୋଗଦେଇଛନ୍ତି। ତେଣୁ ଏହି ସମସ୍ୟାକୁ ଗୁରୁତ୍ବ ଦେବା ସହ କେଉ ନିୟମରେ ଅଧ୍ୟାପକମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯିବା ଦରକାର ବୋଲି ଅନେକ ଅଧ୍ୟାପକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହା ଉପରେ ଦୃଷ୍ଟି ରଖିବାକୁ ସେମାନେ ଅନୁରୋଧ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    9 %
    3.5kmh
    0 %
    Sun
    39 °
    Mon
    42 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ