Saturday, July 27, 2024
24.6 C
Odisha

    ବ୍ଲଡ଼ କ୍ୟାନସର ହେବା ପୂର୍ବରୁ ଶରୀରରେ ଦେଖା ଦେଇଥାଏ ଏହି ସବୁ ଲକ୍ଷଣ

    ଆଗକୁ ପଢନ୍ତୁ

    କର୍କଟ ଏକ ମରାତ୍ମକ ରୋଗ ଅଟେ । ଅନେକ ପ୍ରକାରର କର୍କଟ ରୋଗ ରହିଛି । ସେମାନଙ୍କ ମଧ୍ୟରେ ସବୁଠାରୁ ବିପଦପୂର୍ଣ୍ଣ ହେଉଛି ରକ୍ତ କର୍କଟ । ଯାହାକୁ ଡାକ୍ତରୀ ଭାଷାରେ ‘ଲ୍ୟୁକେମିଆ କୁହାଯାଏ’ । ରକ୍ତ କର୍କଟ ମଧ୍ୟ ଅନେକ ପ୍ରକାରର ହୋଇଥାଏ ।

    ଅଧିକାଂଶ କ୍ଷେତ୍ରରେ ସମସ୍ତ ପ୍ରକାରର ରକ୍ତ କର୍କଟ ଅସ୍ଥି ମଜ୍ଜାରେ ଆରମ୍ଭ ହୋଇଥାଏ । ଏହା କୋମଳ ନରମ ଟିସୁ ହାଡ ଭିତରେ ମିଳିଥାଏ, ଯେଉଁଠାରେ ରକ୍ତ କଣିକା ତିଆରି ହୋଇଥାଏ । ରକ୍ତ କର୍କଟ ହେବା ଆଗରୁ କିଛି ଲକ୍ଷଣ ଦେଖାଯାଏ । ଯାହାକୁ ଅଣଦେଖା କରିବା ବିପଦପୂର୍ଣ୍ଣ ହୋଇପାରେ। ତେବେ ଆସନ୍ତୁ ଜାଣିବା ସେହି ସବୁ ଲକ୍ଷଣ ବିଷୟରେ।

    କାଶ କିମ୍ବା ଛାତିରେ ଯନ୍ତ୍ରଣା: ରକ୍ତ କର୍କଟ ହୋଇଥିଲେ କାଶ କିମ୍ବା ଛାତିରେ ଯନ୍ତ୍ରଣା ହେବା ସହ କଫରେ ଅସ୍ୱାଭାବିକ ରକ୍ତ ପଡିଥାଏ । ଯଦି ଏପରି ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଭୋକ ନ ଲାଗିବା: କମ୍ ଭୋକ ଲାଗିବା ମଧ୍ୟ ରକ୍ତ କର୍କଟର ଲକ୍ଷଣ ଅଟେ ।

    ସବୁବେଳେ କ୍ଳାନ୍ତ ଅନୁଭବ: କ୍ରମାଗତ ଦୁର୍ବଳତା ଓ ଥକ୍କାପଣ ମଧ୍ଯ ଏହାର ଲକ୍ଷଣ ଅଟେ ।

    ସହଜରେ କ୍ଷତ ଓ ରକ୍ତସ୍ରାବ: ଯଦି ଶରୀରରେ ଅଜବ ଦାଗ ଦେଖାଯିବା, କୁଣ୍ଡାଇ ହେବା, ସହଜରେ ଘା ଓ ରକ୍ତସ୍ରାବ ହେବା ମଧ୍ଯ ଏହି ରୋଗର ଲକ୍ଷଣ ଅଟେ।

    ବାରମ୍ବାର ଅସୁସ୍ଥ ଅନୁଭବ କରିବା: ଯଦି ଆପଣ ବାରମ୍ବାର ଅସୁସ୍ଥ ହେଉଛନ୍ତି କିମ୍ବା ସହଜରେ ସଂକ୍ରମିତ ହେଉଛନ୍ତି ତେବେ ସତର୍କ ରୁହନ୍ତୁ । ଶ୍ୱେତ ରକ୍ତ କଣିକାର ଅଭାବ ହେତୁ ଏହା ହୋଇପାରେ ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ କମ୍ କରିଥାଏ ।

    ରକ୍ତ କର୍କଟ ରୋଗର ଏହି ଲକ୍ଷଣକୁ ମଧ୍ୟ ଅଣଦେଖା କରନ୍ତୁ ନାହିଁ: ରାତିର ଅତ୍ୟଧିକ ଝାଳ ବୋହିବା, ନିଶ୍ୱାସ ପ୍ରଶ୍ୱାସ କଷ୍ଟ ଅନୁଭବ କରିବା, ବେକ ଫୁଲିବା, ଅନାବଶ୍ୟକ ଓଜନ ହ୍ରାସ ଓ ବ୍ରଶ କରିବା ସମୟରେ ରକ୍ତ ପଡ଼ିବା ମଧ୍ୟ ରକ୍ତ କର୍କଟ ରୋଗର ଲକ୍ଷଣ ହୋଇପାରେ । ଯଦି ଏହିସବୁ ଲକ୍ଷଣ ଦେଖା ଦେଉଛି ତାହାଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ