Wednesday, June 24, 2026
35.5 C
Odisha

    ସରିଲା ମହାପ୍ରଭୁଙ୍କ ଜନ୍ମବେଦୀ ଲୀଳା

    ଆଗକୁ ପଢନ୍ତୁ

    ପୁରୀ: ସରିଲା ମହାପ୍ରଭୁଙ୍କ ଜନ୍ମବେଦୀ ଲୀଳା । ନୀଳାଦ୍ରି ବିଜେ କରୁଛନ୍ତି ନୀଳାଦ୍ରିନାଥ। 13 ଦିନର ଲୀଳାଖେଳା ପରେ ରତ୍ନ ସିଂହାସନକୁ ଫେରୁଛନ୍ତି ମହାପ୍ରଭୁ । ନବଦିନାତ୍ମକ ଯାତ୍ରା ପରେ ଚାରି ଦିନ ହେଲା ରଥ ଉପରେ ଜଗତବାସୀଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ। ସୁନାବେଶ, ଅଧରପଣା ପରେ ନୀଳାଦ୍ରିବିଜେ ନୀତି । ଏବର୍ଷ ରଥ ଉପରେ ଶ୍ରୀଜୀଉଙ୍କ ଶେଷ ଦିନ। ସକାଳ, ପୂର୍ବାହ୍ନ, ମଧ୍ୟାହ୍ନ, ଅପରାହ୍ନର ସବୁ ନୀତିକାନ୍ତି ପରେ ସମ୍ପନ୍ନ ହେଲା ସଂନ୍ଧ୍ୟାଧୂପ ନୀତି । ତା ପରେ ଚାରମାଳ ବନ୍ଧା । ବିଜେ କାହାଳୀ ବାଜିବା ପରେ ବନ୍ଦାପନା ଓ ଡୋରଲାଗି । ଗୋଟି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ, ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁର ଶ୍ରୀମନ୍ଦିରକୁ ବିଜେ କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.5 ° C
    35.5 °
    35.5 °
    39 %
    3kmh
    26 %
    Wed
    36 °
    Thu
    39 °
    Fri
    36 °
    Sat
    39 °
    Sun
    38 °

    ସମ୍ବନ୍ଧିତ