Saturday, March 7, 2026
27.9 C
Odisha

    ଭାରତର କିଛି ଅଞ୍ଚଳକୁ ନୋଟରେ ଛାପିଲା ନେପାଳ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତର କିଛି ଅଞ୍ଚଳକୁ ନେପାଳ ନିଜର ନୂଆ ନୋଟ୍‌ରେ ଛାପିଛି।ନେପାଳ ପକ୍ଷରୁ ନୂଆ ମାନଚିତ୍ର ସହିତ ୧୦୦ ଟଙ୍କିଆ ନୋଟ୍‌ ଛପାଯିବା ନେଇ ଘୋଷଣା କରାଯାଇଥିଲା। ଏହି ନୋଟରେ ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣି ଆଦି ଅଞ୍ଚଳର ଫଟୋ ସ୍ଥାନିତ କରାଯାଇଛି। ଯେଉଁଗୁଡ଼ିକ ଭାରତର ଅଞ୍ଚଳ। ଏହି ଭୂ-ଭାଗକୁ ନେଇ ଭାରତ ଓ ନେପାଳ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ନେପାଳର ଏଭଳି କାମକୁ କୃତ୍ରିମ ବିସ୍ତାର ଏବଂ ସରକାରଙ୍କ ଅସ୍ଥିରତା ବୋଲି ଭାରତ କହିଛି ।

    ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଳ ଦହଲଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା। ଏହି ବୈଠକରେ ନେପାଳର ନୂଆ ନକ୍ସା ଛପାଯିବାକୁ ନିଷ୍ପତ୍ତି ହୋଇଥିଲା। ବୈଠକରେ ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣିକୁ ୧୦୦ ଟଙ୍କିଆ ନୋଟରେ ସାମିଲ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ସୂଚନା ଏବଂ ଦୂରସଞ୍ଚାର ମନ୍ତ୍ରୀ ରେଖା ଶର୍ମା କହିଛନ୍ତି, ଗତ ଏପ୍ରିଲ ୨୫ ଏବଂ ମେ ୨ରେ ନେପାଳ ସରକାରଙ୍କ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ୧୦୦ ଟଙ୍କିଆ ନୋଟକୁ ପୁନର୍ବାର ଡିଜାଇନ କରିବା ସହିତ ଏହା ପଛପଟେ ଛପାଯାଇଥିବା ପୁରୁଣା ମାନଚିତ୍ରକୁ ବଦଳାଇବା ପାଇଁ ଅନୁମତି ଦେଇଥିଲା। ୨୦୨୦ ଜୁନ ୧୮ ତାରିଖରେ ନେପାଳ ସରକାର ସମ୍ବିଧାନ ସଂଶୋଧନ କରିଥିଲେ। ଏଥିରେ ନେପାଳର ରାଜନୈତିକ ମାନଚିତ୍ରକୁ ପରିବର୍ତ୍ତନ କରାଯାଇଥିଲା । ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣୀ ଭଳି ବିବାଦୀୟ ସ୍ଥାନକୁ ନିଜର ବୋଲି ଦର୍ଶାଇଥିଲା ନେପାଳ। ଏହାକୁ ନେଇ ଭାରତ ସରକାର କଡ଼ା ଜବାବ ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.9 ° C
    27.9 °
    27.9 °
    47 %
    3.7kmh
    40 %
    Sat
    29 °
    Sun
    36 °
    Mon
    37 °
    Tue
    39 °
    Wed
    40 °

    ସମ୍ବନ୍ଧିତ