Monday, October 5, 2026
24.7 C
Odisha

    ନବୀନଙ୍କ ନୂଆ ସ୍ଲୋଗାନ ‘‘ନବୀନ ପଟ୍ଟନାୟକ ଭଲ କି ’’ ପ୍ରଶ୍ନରେ ନବରଙ୍ଗପୁରବାସୀଙ୍କ ଉଚ୍ଛ୍ୱସିତ ଉତ୍ତର

    ଆଗକୁ ପଢନ୍ତୁ

    ନବରଙ୍ଗପୁର: ରାଜନୀତିରେ ନିଜର ସ୍ବଚ୍ଛ ଓ ସରଳ ଚିନ୍ତାଧାରା ପାଇଁ ସାରା ଦେଶରେ ପ୍ରଶଂସିତ ନବୀନ ପଟ୍ଟନାୟକ ଆଜି କୋରାପୁଟ ପରେ ନବରଙ୍ଗପୁରରେ ମଧ୍ୟ ନିରାଡମ୍ବର ଢଙ୍ଗରେ ନିର୍ବାଚନ ପ୍ରଚାର କରି ଲୋକଙ୍କ ହୃଦୟ ଜିତିଛନ୍ତି। ନବରଙ୍ଗପୁରର ମାଝୀଗୁଡା ଠାରେ ଆୟୋଜିତ ପ୍ରଚାର ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପ୍ରଥମେ ପଚାରିଥିଲେ, ଆପଣମାନେ ଭଲ ଅଛନ୍ତି ତ? ଏହି ଗୋଟିଏ ପ୍ରଶ୍ନରେ ଉପସ୍ଥିତ ଜନତା ଭାବବିହ୍ବଳ ହୋଇପଡିଥିଲେ। ସମସ୍ତଙ୍କ ହୃଦୟକୁ ଛୁଇଁଥିଲେ ନବୀନ। ଉପସ୍ଥିତ ବିଶାଳ ଜନସମୁଦ୍ରର ହର୍ଷ ଉଲ୍ଲାସ ଓ କରତାଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ୧୧ ଟି ପ୍ରଶ୍ନ। ଆମର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ଚାଲିଛି ? ମମତା ଯୋଜନା ଭଲ ଚାଲିଛି ? ମିଶନ ଶକ୍ତି, ନୂଆ-ଓ ସ୍କଲାରସିପ୍‌, କାଳିଆ ଯୋଜନା, ପୁରୀ ପରିକ୍ରମା ପ୍ରକଳ୍ପ, ଟଙ୍କିକିଆ ଚାଉଳ, ଲକ୍ଷ୍ମୀ ବସ୍‌, ୫-ଟି ସ୍କୁଲ ରୂପାନ୍ତର, ଆଦି ସବୁ କାମ ଭଲ ଚାଲିଛି ବୋଲି ପଚାରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରତି ପ୍ରଶ୍ନରେ ଜନତାଙ୍କ ଉତ୍ତର ହଁ ବହୁତ ଭଲ ଚାଲିଛିରେ ସଭାସ୍ଥଳୀ ପ୍ରତିଧ୍ବନିତ ହୋଇଥିଲା । ସମସ୍ତେ ବହୁତ ଖୁସି ଓ ଉତ୍ସାହିତ ଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ନବୀନ ପଟ୍ଟନାୟକ ଭଲ କି ? ଏହାପରେ ଭାବବିହ୍ବଳ ଜନତା ଏକ ସ୍ବରରେ କହିଥିଲେ ‘ହଁ’ । ଦୀର୍ଘ ସମୟ ଧରି ଏହି ‘ହଁ’ ର ଗୁଞ୍ଜରଣ ସଭାସ୍ଥଳରେ ପ୍ରତିଧ୍ବନିତ ହେଉଥିଲା। ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଲୋକଙ୍କୁ କହିଥିଲେ ଯେ ଓଡିଶାର ରୂପାନ୍ତରକୁ ଆହୁରି ଆଗେଇ ନେବା ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରନ୍ତୁ । ସେ ମଧ୍ୟ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ପ୍ରଶ୍ନ ପଚାରି ଲୋକଙ୍କ ମତାମତ ନେଇଥିଲେ। ନବରଙ୍ଗପୁର ନୂଆ ସରକାରୀ କଲେଜ କିଏ କରିଛି । ସ୍ବତନ୍ତ୍ର ଉନ୍ନୟନ ପରିଷଦ କିଏ କରିଛି। ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, ଅଲେକ ମହିମା ପୀଠ ଆଦିର ରୂପାନ୍ତର କିଏ କରିଛି । ବଡ ବଡ ସେତୁ, ନୂଆ-ଓ ସ୍କଲାରସିପ, ମିଶନ ଶକ୍ତି, କାଳିଆ, ମମତା ଆଦି ଯୋଜନା କିଏ କରିଛି। ସବୁର ଉତ୍ତର ଆସିଥିଲା ନବୀନ ପଟ୍ଟନାୟକ। ଏହାପରେ ଶ୍ରୀ ପାଣ୍ଡିଆନ କହିଥିଲେ ନବୀନ ପଟ୍ଟନାୟକ ଆପଣଙ୍କ ପାଇଁ ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି, ଆପଣମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ, ଯୋଡି ଶଙ୍ଖରେ ଭୋଟ ଦିଅନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    80 %
    1.3kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ