Friday, April 17, 2026
27.9 C
Odisha

    ଭାରି ବାଧୁଛି ଘରୋଇ ବସ୍‌‌ ଭଡ଼ା

    ଆଗକୁ ପଢନ୍ତୁ

    ସରକାରୀ ଭାବେ ଧାର୍ଯ୍ୟ ଭଡ଼ା ଠାରୁ ବହୁ ଅଧିକ ଭଡ଼ା ନେଉଛନ୍ତି ଘରୋଇ ବସ୍‌‌। ଏସି, ଡିଲକ୍ସ ଏସି ଓ ଡିଲକ୍ସ ଏସି ସ୍ଲିପର ବସ୍‌‌ରେ ଯାତ୍ରା ବେଳେ ଶୋଷଣର ଶିକାର ହେଉଛନ୍ତି ଯାତ୍ରୀ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଯାତ୍ରୀମାନେ ଏସି ବସ୍‌‌କୁ ଅଧିକ ପସନ୍ଦ କରୁଛନ୍ତି। ବିଭିନ୍ନ ପର୍ବପର୍ବାଣି ସମୟରେ ବହୁ ଯାତ୍ରୀ ଘରମୁହାଁ ହେଉଥିବା ବେଳେ ଏହାର ଫାଇଦା ନେଇ ବସ୍‌‌ ମାଲିକ ଓ କର୍ମଚାରୀ ମନଇଚ୍ଛା ଭଡ଼ା କଷୁଛନ୍ତି। ବସ୍‌‌ କଣ୍ଡକ୍ଟର ବା ତାଙ୍କ ଦ୍ୱାରା ନିଯୁକ୍ତ ଟିକଟ କାଉଣ୍ଟର କର୍ମଚାରୀଙ୍କ ପାଟିରୁ ଯାହା ବାହାରିଲା ତାହା ହିଁ ଭଡ଼ା। ନହେଲେ ଟିକଟ ମିଳିବା କଷ୍ଟ। ବିଭିନ୍ନ ବସ୍‌‌ରେ ଯାତ୍ରା ନିମନ୍ତେ ସରକାର ଭଡ଼ା ଧାର୍ଯ୍ୟ କରିଛନ୍ତି। ସମସ୍ତ ବସ୍‌‌ରେ ଭଡ଼ାର ସାରଣୀ (ରେଟ୍‌‌ ଚାର୍ଟ) ଲଗାଇବା ପାଇଁ ନିୟମ ମଧ୍ୟ ରହିଛି। ହେଲେ ଅନେକ ବସ୍‌‌ରେ ରେଟ୍‌‌ ଚାର୍ଟ ଲଗାଯାଉନାହିଁ।

    ସରକାରୀ ଭାବେ ନିର୍ଦ୍ଧାରିତ ହୋଇଥିବା ବସ୍‌‌ ଭଡ଼ା ଅନୁଯାୟୀ, ଏକ୍ସପ୍ରେସ୍‌‌ ବସ୍‌‌ ମଧ୍ୟରେ ଷ୍ଟାଣ୍ଡାର୍ଡ଼ ଏସି ପାଇଁ କିଲୋମିଟର ପ୍ରତି ୯୨ ପଇସା ରହିଛି। ସେହିପରି ଡିଲକ୍ସ ଏସି ଓ ଡିଲକ୍ସ ଏସି ସ୍ଲିପର ପାଇଁ କିଲୋମିଟର ପିଛା ୧.୫୫ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ତଦନୁସାରେ ଭୁବନେଶ୍ୱରରୁ କୋଲକାତା ୪୭୨ କିଲୋମିଟର ଡିଲକ୍ସ ଏସି ବସ୍‌‌ ଭଡ଼ା ପ୍ରାୟ ୭୩୨ ଟଙ୍କା। ମାତ୍ର ଏବେ ବସ୍‌‌ ମାଲିକ ଓ କର୍ମଚାରୀମାନେ ଭୁବନେଶ୍ୱରରୁ କଲକତା ଯାତ୍ରା ନିମନ୍ତେ ୧୧୦୦ ଟଙ୍କା ଦାବି କରୁଛନ୍ତି। ଯାତ୍ରୀମାନଙ୍କ ଅଭିଯୋଗ ଅନୁସାରେ ଆଗକୁ ସାଧାରଣ ନିର୍ବାଚନରହିଛି। ଏଣୁ ବହୁ ଯାତ୍ରୀ ଘରମୁହାଁ ହେବେ । ସେହି ଅନୁସାରେ ସିଟ୍‌‌ ଉପଲବ୍ଧ ନ ଥିବାରୁ ଭଡ଼ା ବଢ଼଼ିଛି। ଦିନରେ ଟିକଟ ନ କଲେ ରାତିରେ ଆହୁରି ଶହେ ଟଙ୍କା ଅଧିକ ପଡ଼ିବ ବୋଲି ବସ କଣ୍ଡକ୍ଟର କହୁଛନ୍ତି। ତେଣୁ ବାଧ୍ୟବାଧକତାରେ ବର୍ଦ୍ଧିତ ଦର ଦେଇ ଯାତ୍ରୀମାନେ ଟିକଟ କରୁଛନ୍ତି। ଅନୁରୂପ ଭାବେ ଭଦ୍ରକରୁ କୋଲକାତା ୩୩୩ କିଲୋମିଟର ପାଇଁ ନିର୍ଦ୍ଧାରିତ ଭଡ଼ା ୫୧୬ଟଙ୍କା ରହିଛି। ହେଲେ ଘରୋଇ ବସ୍‌‌ ୮ଶହରୁ ଅଧିକ ଟଙ୍କା ନେଉଛନ୍ତି। ଭୁବନେଶ୍ୱରରୁ କଟକ ଦେଇ ଅନୁଗୋଳକୁ ୧୪୧ କିଲୋମିଟର। ସରକାର ନିର୍ଦ୍ଧାରଣ କରିଥିବା ଭଡ଼ା ଅନୁଯାୟୀ ଡିଲକ୍ସ ଏସି ବସ୍‌‌ରେ ପ୍ରାୟ ୨୧୯ ଟଙ୍କା ଭଡ଼ା ରହିଛି। ହେଲେ ଯାତ୍ରୀଙ୍କୁ ୪ଶହରୁ ଅଧିକ ଟଙ୍କା ଦେବାକୁ ପଡ଼ୁଛି। ଏପରିକି ବହୁ ବସ୍‌‌ରେ ଟିକଟ ଦିଆଯାଉନାହିଁ। ମୋବାଇଲ୍‌‌ ନମ୍ବର ସହ ସିଟ୍‌‌ ସଂଖ୍ୟା ଲେଖି କାଗଜ ଖଣ୍ଡେ ଧରାଇ ଦେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    46 %
    0.7kmh
    0 %
    Fri
    42 °
    Sat
    43 °
    Sun
    43 °
    Mon
    44 °
    Tue
    43 °

    ସମ୍ବନ୍ଧିତ