Monday, October 19, 2026
23.2 C
Odisha

    ସିଂହଦ୍ୱାରରେ ଜଗିବେ ପ୍ରତିହାରୀ ସେବକ

    ଆଗକୁ ପଢନ୍ତୁ

    ବିଭିନ୍ନ ସମୟରେ ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ କରୁଛନ୍ତି। ଯାହା ବିଧି ପରମ୍ପରା ବିରୋଧୀ। ପ୍ରତିଟି ଦ୍ୱାରରେ ସୁରକ୍ଷା କର୍ମୀ ନିୟୋଜିତ ହେଉଥିଲେ ହେଁ ସୁରକ୍ଷା ବ୍ୟବସ୍ଥାକୁ କାଟି ମନ୍ଦିରକୁ ଅଣହିନ୍ଦୁ ପଶୁଛନ୍ତି। ନିକଟରେ ଶ୍ରୀମନ୍ଦିରକୁ ଏକାଧିକଥର ଅଣହିନ୍ଦୁଙ୍କ ପ୍ରବେଶ ପରେ ତତ୍ପର ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ଏଣିକି ବଡ଼ଦେଉଳକୁ ଅଣହିନ୍ଦୁଙ୍କ ପ୍ରବେଶ ରୋକିବେ ସେବାୟତ। ଆସନ୍ତା ୧୪ ତାରିଖରୁ ଶ୍ରୀମନ୍ଦିର ସିଂହଦ୍ୱାରରେ ୨ଜଣ ଲେଖାଏଁ ପ୍ରତିହାରୀ ସେବକଙ୍କୁ ମୁତୟନ କରାଯିବ। ପ୍ରଥମ ପର୍ଯ୍ୟାୟରେ ସକାଳେ ୨ ଓ ଦ୍ୱିତୀୟ ପର୍ଯ୍ୟାୟରେ ସନ୍ଧ୍ୟାରେ ୨ ଜଣ ପ୍ରତିହାରୀ ସେବାୟତ ସିଂହଦ୍ୱାରରେ ରହିବେ। ପରବର୍ତ୍ତୀ ସମୟରେ ଚାରିଦ୍ୱାରରେ ପ୍ରତିହାରୀ ସେବକ ଜଗିବେ ବୋଲି ସୂଚନା ମିଳିଛି।

    ପ୍ରତିହାରୀ ନିଯୋଗ ସମ୍ପାଦକ ରାମନାରାୟଣ ଗୋଚ୍ଛିକାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପୂର୍ବରୁ ସିଂହଦ୍ୱାରରେ ପ୍ରତିହାରୀ ସେବା ରହିଥିଲା। ପରବର୍ତ୍ତୀ ସମୟରେ ତାହା ବନ୍ଦ ହୋଇଯାଇଥିଲା। କେବଳ ରଥଯାତ୍ରା ବେଳେ ସାମୟିକ ଭାବେ ଏହି ସେବା କରାଯାଉଥିଲା। ଏବେ ସିଂହଦ୍ୱାର ପ୍ରତିହାରୀ ସେବାକୁ ପୁନଃ ପ୍ରଚଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ପ୍ରଶାସନ ଓ ପ୍ରତିହାରୀ ନିଯୋଗ ମଧ୍ୟରେ ଆଲୋଚନା କରାଯାଇଛି। ମଝିରେ ମଝିରେ ଶ୍ରୀମନ୍ଦିରରେ ଅଣହିନ୍ଦୁମାନେ ପଶି ଯାଉଛନ୍ତି। ସେମାନଙ୍କୁ କେବଳ ସେବାୟତମାନେ ଚିହ୍ନଟ କରିପାରୁଛନ୍ତି। ଅଣହିନ୍ଦୁଙ୍କୁ ଚିହ୍ନଟ କରିବାରେ ମନ୍ଦିର ସୁରକ୍ଷା ଦାୟିତ୍ୱରେ ନିଯୁକ୍ତ ପୁଲିସ ଓ ଅନ୍ୟ ସୁରକ୍ଷାକର୍ମୀଙ୍କୁ ଟିକେ କଷ୍ଟ ହେଉଛି। କିନ୍ତୁ ପ୍ରତିହାରୀ ସେବାୟତମାନେ ସଙ୍ଗେସଙ୍ଗେ ଅଣହିନ୍ଦୁମାନଙ୍କୁ ଚିହ୍ନଟ କରିପାରିବେ ବୋଲି ଏହି ନିଷ୍ପତ୍ତି ନିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ